ଜିଏସ୍‌ଟି କ୍ଷତିପୂରଣ ସେସ୍‌ ବିଲ୍‌ ଲୋକସଭାରେ ଉପସ୍ଥାପିତ

ନୂଆଦିଲ୍ଲୀ: ଲୋକସଭାରେ ଆଜି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଜିଏସ୍‌ଟି କ୍ଷତିପୂରଣ ସେସ୍‌ ବିଲ୍‌ ଉପସ୍ଥାପନ କରିଛନ୍ତି। ଜିଏସ୍‌ଟି ଅଧୀନରେ ବିଭିନ୍ନ ପ୍ରକାର ମୋଟର ଯାନର ଟିକସ ହାରକୁ ସର୍ବାଧିକ ୨୫% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ଅଧ୍ୟାଦେଶ ଆଣିଥିଲେ। ଅଧ୍ୟାଦେଶ ବଦଳରେ ଏହି ବିଲ୍‌ ଲାଗୁ ହେବ। ସେପ୍ଟେମ୍ବର ମାସରେ ଏହି ଅଧ୍ୟାଦେଶ ଜାରି କରାଯାଇଥିଲା। ଗତ ସପ୍ତାହରେ ଏହି ବିଲ୍‌କୁ କ୍ୟାବିନେଟ୍‌ ମଞ୍ଜୁରି ମିଳିଥିଲା।

ସମ୍ବନ୍ଧିତ ଖବର