ବେଙ୍ଗାଲୁରୁ: ସାମଗ୍ରୀ ଏବଂ ସେବା ଟିକସରେ ହେଉଥିବା ଚୋରି ଏବଂ ହେରଫେରକୁ ରୋକିବା ପାଇଁ ଆସନ୍ତା ୨୦୨୦ ଜାନୁଆରି ପହିଲାରୁ ଆଧାର ବା ଫିଜିକାଲ ଯାଞ୍ଚକୁ ବାଧ୍ୟତାମୂଳକ କରାଯିବ। ଆଜି ବେଙ୍ଗାଲୁରୁଠାରେ ଜିଏସଟି ପରିଷଦର ଏକ କମିଟି ପକ୍ଷରୁ ଗଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଆଧାର ଯାଞ୍ଚ ଇଚ୍ଛାଧୀନ ଥିବାବେଳେ ଆସନ୍ତା ଜାନୁଆରିରୁ ଏହାକୁ ବାଧ୍ୟତାମୂଳକ କରାଯିବ। ରାତାରାତି ଉଭାନ ହୋଇ ଯାଉଥିବା ଅନେକ ବ୍ୟବସାୟ ପ୍ରତିଷ୍ଠାନ ଗତ ଦୁଇ ବର୍ଷ ମଧ୍ୟରେ ଆମ ନଜରକୁ ଆସିଛି। ସେମାନେ ନକଲି ଇନଭଏସ ସୃଷ୍ଟି କରିଛନ୍ତି ବୋଲି ଜିଏସଟି ନେଟୱାର୍କର ମନ୍ତ୍ରୀଗୋଷ୍ଠୀ ଅଧ୍ୟକ୍ଷ ତଥା ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ବୈଠକ ପରେ କହିଛନ୍ତି। ଯେଉଁମାନେ ଆଧାର ଯାଞ୍ଚ କରିବେ ନାହିଁ ସେମାନଙ୍କ ପାଇଁ ଫିଜିକାଲ ଯାଞ୍ଚ କରାଯିବ। ଫିଜିକାଲ ଯାଞ୍ଚକୁ ୩ ଦିନ ମଧ୍ୟରେ ଶେଷ ହେବ ବୋଲି ସେ କହିଛନ୍ତି।
ଟିକସ ଅର୍ଥ ଫେରସ୍ତ ଏକ ବଡ଼ କାର୍ଯ୍ୟ। ତେଣୁ ଚଳିତବର୍ଷ ସେପ୍ଟେମ୍ବର ୨୪ରୁ ଗୋଟିଏ ଉତ୍ସରୁ ଅନଲାଇନ୍ ରିଫଣ୍ଡିଂ ବ୍ୟବସ୍ଥା କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ନିମନ୍ତେ ଜିଏସଟିଏନ୍ ନିଷ୍ପତ୍ତି ନେଇଛି। ଏହା କେନ୍ଦ୍ରୀୟ ଜିଏସଟି କିମ୍ବା ରାଜ୍ୟ ଜିଏସଟି ଉତ୍ସରୁ ହୋଇପାରେ ବୋଲି ମୋଦୀ କହିଛନ୍ତି। ସେହିଭଳି ନୂଆ ରିଟର୍ଣ୍ଣ ବ୍ୟବସ୍ଥାର ସରଳ ଫର୍ମ ଆସନ୍ତାବର୍ଷ ଜାନୁଆରି ପହିଲାରୁ ଉପଲବ୍ଧ ହେବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଜିଏସଟି ପରିଷଦର ପୂର୍ଣ୍ଣାଙ୍ଗ ବୈଠକ ଆସନ୍ତା ୨୦ ତାରିଖରେ ଗୋଆଠାରେ ଅନୁଷ୍ଠିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/dafdfgdgsdfgsfgsfgsfggs.jpg)