ଜିଏସ୍‌ଟି ରିଟର୍ଣ୍ଣରେ ତ୍ରୁଟି ସଂଶୋଧନ ସୁବିଧା ପାଇଁ ଅର୍ଥମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ୱର: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ରିଟର୍ଣ୍ଣ ଦାଖଲ ସମୟରେ ଟିକସ ଦାତାମାନଙ୍କ ଦ୍ୱାରା ଯଦି କିଛି ତ୍ରୁଟି ରହିଥାଏ ତାହା ସଂଶୋଧନ କରିବା ନିମନ୍ତେ ସୁବିଧା ପ୍ରଦାନ କରିବା ପାଇଁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ପ୍ରସ୍ତାବ ଦେଇଛନ୍ତି। ଆଜି ବେଙ୍ଗାଲୁରୁଠାରେ ଜିଏସ୍‌ଟି ସୂଚନା ପ୍ରଯୁକ୍ତି ସଂପର୍କିତ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ବେହେରା ଏହା କହିଛନ୍ତି। ଏତଦ୍‌ବ୍ୟତୀତ ସେ ଅନ୍ୟ କେତେକ ପ୍ରସ୍ତାବ ମଧ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର