ଏଚ୍‌ ଆର୍‌ ଖାନ ‘ବନ୍ଧନ ବ୍ୟାଙ୍କ’ର ନୂଆ ଅଣ କାର୍ଯ୍ୟନିର୍ବାହୀ ନିର୍ଦେଶକ

ଭୁବନେଶ୍ୱର: ଓଡ଼ିଶାରେ ଜନ୍ମିତ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର ଏଚ୍‌ ଆର୍‌ ଖାନ୍‌ଙ୍କୁ ବନ୍ଧନ ବ୍ୟାଙ୍କର ଅଣ କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବେ ନିଯୁକ୍ତି ମିଳିଛି। ଏ ସଂକ୍ରାନ୍ତରେ ବ୍ୟାଙ୍କ ପକ୍ଷରୁ ଷ୍ଟକ ବଜାରକୁ ସୂଚନା ପ୍ରଦାନ କରାଯାଇଛି। ତେବେ ତାଙ୍କ ନିଯୁକ୍ତିକୁ ରିଜର୍ଭ ବ୍ୟାଙ୍କର ମଞ୍ଜୁରି ମିଳିବା ଆବଶ୍ୟକ। ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ପକ୍ଷରୁ କର୍ପୋରେଟ୍‌ ବଣ୍ଡ୍‌ ଓ ଫରେନ୍‌ ପୋର୍ଟଫୋଲିଓ ଇନଭେଷ୍ଟମେଣ୍ଟ୍‌କୁ ନେଇ ଗଠନ କରାଯାଇଥିବା ଦୁଇଟି କମିଟିର ଦାୟିତ୍ୱ ତାଙ୍କୁ ଦିଆଯାଇଛି। ସେ ନ୍ୟାସନାଲ୍‌ ସିକ୍ୟୁରିଟି କ୍ଲିୟରିଂ କର୍ପୋରେସନ୍‌ର ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ମଧ୍ୟ ରହିଛନ୍ତି। ଶ୍ରୀ ଖାନ୍‌ ଅନେକ ସଂସ୍ଥାର ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାମ କରୁଛନ୍ତି।

ସମ୍ବନ୍ଧିତ ଖବର