ହ୍ୟାକରଙ୍କ ଟାର୍ଗେଟରେ ଘଣ୍ଟାକୁ ୧.୪ ଲକ୍ଷ ଆକାଉଣ୍ଟ୍

ଶୀର୍ଷରେ ଆମେରିକା, ଦ୍ବିତୀୟ ସ୍ଥାନରେ ଭାରତ

ବେଙ୍ଗାଲୁରୁ: ହ୍ୟାକରମାନଙ୍କ ଟାର୍ଗେଟରେ ଭାରତ ବିଶ୍ବର ଅନ୍ୟତମ ପସନ୍ଦର ଦେଶ ପାଲଟିଛି। ଆମେରିକା ପରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି। ଭାରତରେ ହ୍ୟାକରମାନେ ଘଣ୍ଟାକୁ ପ୍ରାୟ ୧ ଲକ୍ଷ ୪୦ ହଜାର ଆକାଉଣ୍ଟ ହ୍ୟାକ୍ କରିବାକୁ ଉଦ୍ୟମ କରୁଛନ୍ତି। ଅର୍ଥାତ୍ ବର୍ଷକୁ ପା୍ର ୧୨୦.୮ କୋଟି ଆକାଉଣ୍ଟ ହ୍ୟାକ୍ ପାଇଁ ହ୍ୟାକରମାନେ ୨୦୧୮ରେ ପ୍ରଚେଷ୍ଟା କରିଛନ୍ତି।
ଆକାମାଇ ନାମକ ଏକ ପକ୍ଷରୁ ପ୍ରକାଶିତ ‘କ୍ରିଡେନସିଆଲ୍ ଷ୍ଟଫିଂ: ଆଟାକ୍ସ ଆଣ୍ଡ ଇକୋନୋମିଜ୍’ ଶୀର୍ଷକ ରିପୋର୍ଟରୁ ଏହି ତଥ୍ୟ ପଦାକୁ ଆସିଛି। ଚୋରି ହୋଇଥିବା କିମ୍ବା ନୂଆକରି ସୃଷ୍ଟି କରାଯାଇଥିବା ୟୁଜରନେମ୍ ଓ ପାସୱାର୍ଡ ମାଧ୍ୟମରେ ଏହି ଆକାଉଣ୍ଟ ହ୍ୟାକ୍ ଯୋଜନା ହେଉଛି। ତେବେ ଆମେରିକା ଏହି ହ୍ୟାକିଂ ଉଦ୍ୟମରେ ପ୍ରଥମ ସ୍ଥାନରେ ରହିଛି। ଗତବର୍ଷ ଏହି ଦେଶରେ ୧୨୦୦ କୋଟିରୁ ଅଧିକ ଆକାଉଣ୍ଟ ହ୍ୟାକ୍ ପାଇଁ ଉଦ୍ୟମ କରାଯାଇଛି। ତେବେ ୧୦୨.୫ କୋଟି ହ୍ୟାକିଂ ଉଦ୍ୟମ ସହିତ କାନାଡ଼ା ତୃତୀୟ ସ୍ଥାନରେ ରହିଛି। ଚତୁର୍ଥ ସ୍ଥାନରେ ଜର୍ମାନୀ ଏବଂ ପଞ୍ଚମ ସ୍ଥାନରେ ଅଷ୍ଟ୍ରେଲିଆ ରହିଛି। ଏସବୁ ହ୍ୟାକିଂ ଉଦ୍ୟମ ଅଧିକ ମାତ୍ରାରେ ଗଣମାଧ୍ୟମ ସଂସ୍ଥା, ଗେମିଂ କମ୍ପାନି, ଆମୋଦପ୍ରମୋଦ ଶିଳ୍ପରେ ହୋଇଛି।

ସମ୍ବନ୍ଧିତ ଖବର