ହାର୍ଲେ ଡେଭିଡ୍‌ସନ୍‌ର ୪ଟି ନୂଆ ବାଇକ୍‌

ଭୁବନେଶ୍ୱର: ଆମେରିକୀୟ ବାଇକ୍‌ କଂପାନି ହାର୍ଲେ ଡେଭିଡ୍‌ସନ୍‌ର ୧୧୫ତମ ପୂର୍ତ୍ତି ଅବସରରେ କଂପାନି ପକ୍ଷରୁ ଭାରତରେ ୪ଟି ନୂଆ ମଡେଲ୍‌କୁ ଉନ୍ମୋଚନ କରାଯାଇଛି। ସେଗୁଡ଼ିକ ହେଉଛି ହେରିଟେଜ କ୍ଲାସିକ, ଫ୍ୟାଟ ବୟ, ଫ୍ୟାଟ ବବ୍‌, ଷ୍ଟ୍ରିଟ ବବର। ଏହି ଚାରିଟି ବାଇକ୍‌ ହେଉଛି କଂପାନିର ୨୦୧୮ ସଫ୍‌ଟେଲ୍‌ ସମ୍ଭାରର ଅଂଶ। ଏହି ବାଇକ୍‌୍‌ଗୁଡ଼ିକ ଉଚ୍ଚ ପ୍ରଦର୍ଶନକାରୀ ଏବଂ ବହୁତ ଶକ୍ତିଶାଳୀ। ଏହି ଅବସରରେ କଂପାନିର ପରିଚାଳନା ନିର୍ଦେଶକ ପିଟର ମ୍ୟାକକେନି କହିଛନ୍ତି ଏହି ବାଇକ୍‌ଗୁଡ଼ିକୁ ଉତ୍ସାହୀ ବାଇକ୍‌ ଚାଳକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ଏହି ବାଇକ୍‌ଗୁଡ଼ିକର ମୂଲ୍ୟ ୧୨ ଲକ୍ଷ ଟଙ୍କାରୁ ଆରମ୍ଭ କରି ୧୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି।

ସମ୍ବନ୍ଧିତ ଖବର