ହାରୁନ ରସିଦ ଖାଁ ବନ୍ଧନ ବ୍ୟାଙ୍କର ଅଣ-କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର : ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟୀ ଗଭର୍ଣ୍ଣର ହାରୁନ ରସିଦ ଖାଁ ବନ୍ଧନ ବ୍ୟାଙ୍କର ଅଣ-କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ତେବେ ଏହି ନିଯୁକ୍ତି ରିଜର୍ଭ ବ୍ୟାଙ୍କର ମଂଜୁରୀ ପରେ ଲାଗୁ ହେବ ।

ନିକଟରେ ଏହି ବ୍ୟାଙ୍କ ପକ୍ଷରୁ ଘୋଷିତ ଆଇପିଓ ବେଶ ସଫଳ ହୋଇଥିଲା । ଓଡ଼ିଶାରେ ଜନ୍ମିତ ଶ୍ରୀ ଖାଁ ରିଜର୍ଭ ବ୍ୟାଙ୍କର ବରିଷ୍ଠତମ ଡେପୁଟୀ ଗଭର୍ଣ୍ଣରଭାବେ ଗତ ଜୁଲାଇ ୨୦୧୬ରେ ଅବସର ଗ୍ରହଣ କରିଥିଲେ । ଏବେ ସେ ସେବିର ଦୁଇଟି କମିଟିରେ ସଦସ୍ୟ ଅଛନ୍ତି । ଏହି ଦୁଇଟି କମିଟି ହେଉଛି କର୍ପୋରେଟ ବଣ୍ଡ ସଂପର୍କିତ କମିଟି ଓ ଫରେନ ପୋର୍ଟଫୋଲିଓ ନିବେଶ ନିୟମ ସଂପର୍କିତ କମିଟି । ଏହା ଛଡା ସେ ନ୍ୟାସନାଲ ସିକ୍ୟୁରିଟି କ୍ଲିୟରିଂ କର୍ପୋରେସନର ଅଣ-କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ , କେପିଏମଜିର ପରାମର୍ଶଦାତା ଓ ପିଟିସି ଫାଇନାନ୍ସିଆଲ ସର୍ଭିସେସର ସ୍ୱାଧୀନ ନିର୍ଦ୍ଦେଶକ ଅଛନ୍ତି । ସେ ପୂର୍ବରୁ ରିଜର୍ଭ ବ୍ୟାଙ୍କର ଆର୍ଥିକ ଅନ୍ତର୍ଭୁକ୍ତିକରଣ ସଂପର୍କରେ ଗଠିତ କମିଟି ଖାଁ କମିଟିର ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି ।

ସମ୍ବନ୍ଧିତ ଖବର