ଏଚ୍‌ଡିଏଫ୍‌ସି ପକ୍ଷରୁ ମ୍ୟୁଚୁଆଲ୍‌ ଫଣ୍ଡ୍‌ ବଦଳରେ ଡିଜିଟାଲ୍‌ ଋଣର ଶୁଭାରମ୍ଭ

ଭୁବନେଶ୍ୱର: ଦେଶର ଅଗ୍ରଣୀ ଘରୋଇ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପକ୍ଷରୁ ମ୍ୟୁଚୁଆଲ୍‌ ଫଣ୍ଡ୍‌ ବଦଳରେ ଡିଜିଟାଲ୍‌ ଋଣ (ଏଲ୍‌ଏଏମ୍‌ଏଫ୍‌)ର ଶୁଭାରମ୍ଭ କରାଯାଇଛି। ଏଥିପାଇଁ ବ୍ୟାଙ୍କ ପକ୍ଷରୁ କାମସ୍‌ ସହିତ ସହଯୋଗିତା ସ୍ଥାପନ କରାଯାଇଛି। ଗ୍ରାହକମାନେ ନିଜର ମ୍ୟୁଚ୍ୟୁଆଲ୍‌ ଫଣ୍ଡ୍‌୍‌କୁ ଅନଲାଇନ୍‌ରେ ବନ୍ଧକ ରଖି ତିନି ମିନିଟ୍‌ ଭିତରେ ନିଜ ଖାତାରେ ଓଭରଡ୍ରାଫ୍‌ଟ ପାଇଁ ଥିବା ସୀମା ପର୍ଯ୍ୟନ୍ତ ଋଣ ପାଇପାରିବେ। ଏଚଡିଏଫ୍‌ସି ବ୍ୟାଙ୍କର ୱେବସାଇଟ୍‌ରେ ତିନିଟି ସହଜ ସୋପାନରେ ଗ୍ରାହକମାନେ ଏହି ସୁବିଧା ପାଇପାରିବେ।
ଏହା ଜରିଆରେ ଜରୁରୀକାଳୀନ ଅର୍ଥ ଆବଶ୍ୟକତାକୁ ପୂରଣ କରିବା ପାଇଁ ଗ୍ରାହକମାନେ ନିଜର ମ୍ୟୁଚୁଆଲ୍‌ ଫଣ୍ଡ୍‌କୁ ବ୍ୟବହାର କରିପାରିବେ। ଏଥିପାଇଁ ସେମାନଙ୍କୁ ନିଜର ନିବେଶ ଯୋଜନାକୁ ବନ୍ଦ କରିବାକୁ ପଡ଼ିବ ନାହିଁ।
ଗ୍ରାହକମାନେ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ୱେବସାଇଟ୍‌ ଜରିଆରେ କାମ୍‌ସରେ ଲଗ୍‌ ଇନ୍‌ କରିପାରିବେ ଓ ବନ୍ଧକ ରଖିବା ପାଇଁ ମ୍ୟୁଚୁଆଲ୍‌ ଫଣ୍ଡ୍‌ ଚୟନ କରିପାରିବେ। ଏହା ପରେ ଋଣ ସର୍ବାବଳୀ ଉପରେ କ୍ଲିକ୍‌ କରିବାକୁ ହେବ। ୱାନ୍‌ ଟାଇମ୍‌ ପାସୱାର୍ଡ (ଓଟିପି) ଦେବା ପରେ ନିଜ ଖାତାରେ ଓଭରଡ୍ରାଫ୍‌୍‌ଟ ରାଶି ପ୍ରଦର୍ଶିତ ହେବ ଯାହାକୁ ଗ୍ରାହକମାନେ ବ୍ୟବହାର କରିପାରିବେ। ଗତବର୍ଷ ବ୍ୟାଙ୍କ ପକ୍ଷରୁ ସିକ୍ୟୁରିଟି ବଦଳରେ ଋଣ ସୁବିଧା ପ୍ରଦାନ କରିବା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ଯାହାକୁ ଗ୍ରାହକମାନେ ବହୁତ ପସନ୍ଦ କରିଥିଲେ। ଏହାର ସଫଳତା ପରେ ମ୍ୟୁଚୁଆଲ୍‌ ଫଣ୍ଡ୍‌ ବଦଳରେ ଋଣ ଅଭିଯାନ ଆରମ୍ଭ କରାଯାଇଛି।

ସମ୍ବନ୍ଧିତ ଖବର