‘ହେରିଟେଜ୍‌ ଭିଜନ୍‌’ର ବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର: ହେରିଟେଜ୍‌ ଭିଜନ ଏଜୁକେସନାଲ୍‌ ଟ୍ରଷ୍ଟ୍‍ର ବାର୍ଷିକ ବ୍ୟାବସାୟିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହାକୁ ମୁଖ୍ୟ ଟ୍ରଷ୍ଟି ତଥା ନିର୍ଦେଶକ ମହେଶ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ସେ କହିଛନ୍ତି ଯେ ପୂର୍ବ ଭାରତର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସ୍ୱଳ୍ପ ମୂଲ୍ୟରେ ଉନ୍ନତ ମାନର ଶିକ୍ଷା ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବାରେ ଆମେ ସଫଳ ହୋଇଛୁ। ଏହି ଅବସରରେ ଏହାର ଟ୍ରଷ୍ଟି ଶିଶିର ପାଣିଗ୍ରାହୀ, ମନୋଜ ପଟ୍ଟନାୟକ, ଉପଦେଷ୍ଟା ମିହିର ପଟ୍ଟନାୟକ ଏବଂ ବିଭିନ୍ନ ୟୁନିଟ୍‌ର ସଂଯୋଜକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର