ହିରୋର ନୂଆ ସ୍କୁଟର ‘ଡେଷ୍ଟିନି ୧୨୫’

ଭୁବନେଶ୍ବର: ହିରୋ ମୋଟୋକର୍ପ ପକ୍ଷରୁ ନୂଆ ପ୍ରିମିୟମ୍ ସ୍କୁଟର ଡେଷ୍ଟିନି ୧୨୫କୁ ଉନ୍ମୋଚନ କରାଯାଇଛି। ଓଡ଼ିଶାର ସମସ୍ତ ହିରୋ ଡିଲରସିପ୍‌ରେ ଏହା ଉପଲବ୍ଧ ହୋଇଛି। ଏହାର ଏଲଏକ୍ସ ଭାରିଆଣ୍ଟ୍‌ର ଏକ୍ସ ସୋ’ରୁମ୍ ଦର ହେଉଛି ୫୬,୯୫୦ ଟଙ୍କା ହୋଇଥିବା ବେଳେ ଭିଏକ୍ସ ଭାରିଆଣ୍ଟ୍‌ର ମୂଲ୍ୟ ୬୦ ହଜାର ଟଙ୍କା ରହିଛି। ହିରୋର ଏହି ନୂଆ ସ୍କୁଟର ହେଉଛି ଷ୍ଟାଇଲ୍, ଶକ୍ତି ଓ ପ୍ରଯୁକ୍ତିର ସମିଶ୍ରଣ। ଏଥିରେ ଆଇ୩ଏସ୍‌ ପ୍ରଯୁକ୍ତି ବ୍ୟବହାର କରାଯାଇଛି। କଂପାନିର ବିକ୍ରି ମୁଖ୍ୟ ସଞ୍ଜୟ ଭା‌ନ୍ କହିଛନ୍ତି ଯେ, ଗ୍ରାହକଙ୍କ ପାଇଁ ଡେଷ୍ଟିନି ୧୨୫କୁ ଉପସ୍ଥାପନ କରି ଆମେ ବହୁତ ଖୁସି। ଆମର ଗ୍ରାହକମାନେ ଏବେ ଠାରୁ ଏହାକୁ କିଣିପାରିବେ ବୋଲି ସେ କହିଛନ୍ତି। ଏଥିରେ ଥିବା ବୈଶିଷ୍ଟ୍ୟଗୁଡ଼ିକ ହେଉଛି ଡିଜିଟାଲ୍-ଆନାଲଗ୍ ସ୍ପିଡୋମିଟର, ସାଇଡ୍ ଷ୍ଟାଣ୍ଡ୍‌ ଇଣ୍ଡିକେଟର୍, ସର୍ଭିସ୍‌ ଡ୍ୟୁ ରିମାଇଣ୍ଡର୍‌, ଆଇଡିଲ୍ ଷ୍ଟପ୍ ଷ୍ଟାର୍ଟ ସିଷ୍ଟମ୍, ବାହ୍ୟ ତେଲ ଭର୍ତି କରିବା ବ୍ୟବସ୍ଥା, ରିମୋଟ୍ କି’ ଓପୋନିଂ, ମୋବାଇଲ୍‌ ଚାର୍ଜିଂ ପୋର୍ଟ ଓ ବୁଟ୍‌ ଲାଇଟ୍‌। ଏଥିରେ ଟେଲିସ୍କୋପିକ୍ ସସ୍‌ପେନ୍‌ସନ୍ ଓ ଇଣ୍ଟିଗ୍ରେଟେଡ୍‌ ବ୍ରେକିଂ ସିଷ୍ଟମ୍ ରହିଛି। ଏହା ଚାରିଟି ପ୍ରିମିୟମ୍ ରଙ୍ଗରେ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର