ହିରୋର ନୂଆ ‘ସୁପର ସ୍ପ୍ଲେଣ୍ଡର୍‌ ୧୨୫’

ଭୁବନେଶ୍ୱର: ହିରୋ ମୋଟୋକର୍ପ ପକ୍ଷରୁ ଆଜି ନୂଆ ସୁପର ସ୍ପ୍ଲେଣ୍ଡର ୧୨୫ର ଓଡ଼ିଶା ବଜାର ପ୍ରବେଶ କରାଯାଇଛି। କମ୍ପାନିର ଅଧୀକୃତ ବିକେତ୍ରା ସ୍ଥାନୀୟ କଟକ ରୋଡ୍‌ର ଲକ୍ଷ୍ମୀ ସାଗରସ୍ଥିତ ଭାରତ ମୋଟର୍ସ ପରିସରରେ ୧୨୫ ସିସି ବିଶିଷ୍ଟ ଏହି ନୂଆ ସ୍ପ୍ଲେଣ୍ଡରର ବଜାର ପ୍ରବେଶ କରାଯାଇଛି। ଗ୍ରାହକଙ୍କ ଦ୍ୱାରା ଆଦୃତି ଲାଭ କରିଥିବା ହିରୋର ପ୍ୟାଟେଣ୍ଟ ଯୁକ୍ତ ପ୍ରଯୁକ୍ତି ଆଇ୩ଏସ୍‌ ଇଞ୍ଜିନ ଏଥିରେ ରହିଛି ଏବଂ ଏହା ବିଏସ୍‌-୪ ମାନଦଣ୍ଡକୁ ପୂରଣ କରୁଛି। ଏହି ବାଇକ୍‌ରେ ଉଭୟ ଶକ୍ତି ଓ ଦକ୍ଷତାର ଉତ୍ତମ ସମନ୍ଵୟ ରଖାଯାଇଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଚାଳକଙ୍କ ସୁରକ୍ଷାକୁ ଦୃଷ୍ଟିରେ କମ୍ପାନି ଏହି ବାଇକ୍‌ରେ ଅଟୋମେଟିକ୍‌ ହେଡ୍‌ଲ୍ୟାମ୍ପ ଅନ୍‌ (ଏଏଚ୍‌ଓ) ସୁବିଧା ମଧ୍ୟ ପ୍ରଦାନ କରିଛି। ୫ଟି ଆକର୍ଷଣୀୟ ରଙ୍ଗ ଯଥା ଗ୍ରାଫାଇଟ୍‌ ବ୍ଲାକ୍‌, ହେଭି ଗ୍ରେ, ସିବି ରେଡ୍‌, ବ୍ଲାକ୍‌ ଆଣ୍ଡ୍‌ ଫିଏରି ରେଡ୍‌ ଏବଂ ବ୍ଲାକ୍‌ ଆଣ୍ଡ୍‌ ଇଲେକ୍‌ଟ୍ରିକ୍‌ ପର୍ପଲରେ ନୂଆ ସ୍ପ୍ଲେଣ୍ଡର୍‌ ଆସିଛି। ଭୁବନେଶ୍ୱରରେ ଏହାର ଏକ୍ସସୋ’ରୁମ୍‌ ମୂଲ୍ୟ ୫୭,୫୨୭ ଟଙ୍କା ରହିଛି। ହିରୋର ବରିଷ୍ଠ ଆଞ୍ଚଳିକ ପ୍ରବନ୍ଧକ ଅଭିଜିତ ଗଟ୍ଟାନି, ଟେରିଟୋରି ବିକ୍ରି ପ୍ରବନ୍ଧକ ମିଃ. ଅଭିଷେକ, ଭାରତ ମୋଟର୍ସର ନିର୍ଦେଶକ ଆଦିତ୍ୟ ବିକ୍ରମ ଦିଦ୍‌ଓ୍ଵାନିଆ ଏବଂ ସାଧାରଣ ପରିଚାଳକ ପ୍ରତୀକ ଅଗ୍ରଓ୍ଵାଲା ପ୍ରମୁଖ ନୂଆ ବାଇକ୍‌ର ଉନ୍ମୋଚନ କରିଥିଲେ।

ସମ୍ବନ୍ଧିତ ଖବର