ଅନ୍‌ଲାଇନ୍‌ରେ ମିଳିବ ହିରୋର ପାର୍ଟସ୍‌ ଓ ଆସୋସିରିଜ୍‌

ଭୁବନେଶ୍ୱର,: ଦେଶର ଅଗ୍ରଣୀ ଦୁଇ ଚକିଆ ଯାନ କମ୍ପାନି ହିରୋ ମୋଟୋ କର୍ପ ଲିମିଟେଡ୍‌ ପକ୍ଷରୁ ଇ-କମର୍ସ ପୋର୍ଟାଲର ଶୁଭାରମ୍ଭ କରାଯାଇଛି। ଏହା ଜରିଆରେ ଗ୍ରାହକମାନେ ଘରେ ବସି ଅନ୍‌ଲାଇନ୍‌ରେ ନିଜ ‘ହିରୋ’ ଗାଡ଼ିର ଜେନୁଇନ୍‌ ପାର୍ଟସ୍‌ ଓ ଆସେସୋରିଜ୍‌ ହାସଲ କରିପାରିବେ। ଏଥିପାଇଁ କମ୍ପାନି ପକ୍ଷରୁ www.hgpmart.com ନାମକ ଏକ େଓ୍ଵବ୍‌ସାଇଟ୍‌ ଉନ୍ମୋଚନ କରାଯାଇଛି। ଗ୍ରାହକମାନେ ଏହି େଓ୍ଵବ୍‌ସାଇଟ୍‌କୁ ଯାଇ ପ୍ରଥମେ ଦୁଇ ଚକିଆ ମଡେଲ ଚୟନ କରି ଏହା ପରେ ଆବଶ୍ୟକ ପାର୍ଟସ ବର୍ଗ ଚୟନ କରିବେ। ଏହା ପରେ ପାର୍ଟ ସିଲେକ୍ଟ କରି ପର୍ଚେଜ୍‌ କ୍ଲିକ୍‌ କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର