ହିମାଳୟ ଅପ୍ଟିକାଲ୍‌ରେ ଡିଜିଟାଲ୍‌ ଚକ୍ଷୁ ପରୀକ୍ଷା

ଭୁବନେଶ୍ୱର: ହିମାଳୟ ଅପ୍ଟିକାଲ୍‌ ପକ୍ଷରୁ ସହିଦନଗରର ନବୀକୃତ ଷ୍ଟୋର୍‌ରେ ଡିଜିଟାଲ୍‌ ଚକ୍ଷୁ ପରୀକ୍ଷା ବ୍ୟବସ୍ଥା ଆରମ୍ଭ କରାଯାଇଛି। ଭିଜିଅଫିସ୍‌ ୨ ନାମକ ଏହି ପ୍ରଯୁକ୍ତି ଜରିଆରେ ଗ୍ରାହକମାନଙ୍କ ଚକ୍ଷୁର ଡିଜିଟାଲ୍‌ ଉପାୟରେ ପରୀକ୍ଷା କରାଯାଉଛି ଓ ସେମାନଙ୍କୁ ସୁହାଇବା ଭଳି ଶ୍ରେଷ୍ଠ ଲେନ୍ସ ପ୍ରଦାନ କରାଯାଉଛି। ଏହି ପ୍ରଯୁକ୍ତି ଚକ୍ଷୁ ପାରୀକ୍ଷା କରିବା ବେଳେ ଗ୍ରାହକଙ୍କ ଜୀବନଶୈଳୀ ତଥ୍ୟକୁ ମଧ୍ୟ ବିଚାରକୁ ନେଉଛି। ସବୁ କିଛି ତଥ୍ୟକୁ ଅନୁଶୀଳନ କରିବା ପାଇଁ ଗ୍ରାହକମାନଙ୍କ ଯାହା ସବୁଠୁ ଶ୍ରେଷ୍ଠ ସେହି ପରାମର୍ଶ ଏହା ପ୍ରଦାନ କରୁଛି। ଫଳରେ ଗ୍ରାହକମାନେ ନିଜ ପାଇଁ ଉପଯୁକ୍ତ ଲେନ୍ସ ପାଇପାରୁଛନ୍ତି। ଏହି ଅବସରରେ କଂପାନିର ଆଞ୍ଚଳିକ ମୁଖ୍ୟ ଅନିନ୍ଦ୍ୟ ରାୟ କହିଛନ୍ତି ଯେ, ଆମର ହାଇ ଟେକ୍‌ ଡିଜିଟାଲ୍‌ ଡିସ୍‌ପେନ୍‌୍‌ସିଂ ବ୍ୟବସ୍ଥା ଜରିଆରେ ସେହି ସବୁ କାମ ହୋଇପାରୁଛି ଯାହା ପୂର୍ବରୁ ହୋଇପାରୁନଥିଲା। ଏହା ଜରିଆରେ ଆମେ ଗ୍ରାହକମାନଙ୍କୁ ହାଇ ଡେଫିନେସନ୍‌ ଲେନ୍ସ ଯୋଗାଇ ଦେଇପାରୁଛୁ। ଏଠାରେ ଉଲ୍ଲେଖଯୋଗ୍ୟ, ହିମାଳୟ ଅପ୍ଟିକାଲ୍‌ ଷ୍ଟୋର୍‌ରେ ବିଭିନ୍ନ ବ୍ରାଣ୍ଡ୍‌ର ସନ୍‌ଗ୍ଲାସ୍‌, ଫ୍ରେମ୍‌ ଓ ଲେନ୍ସ ବିକ୍ରି କରାଯାଉଛି। ଏହା ବ୍ୟତୀତ କଂପାନି ପକ୍ଷରୁ ସୁଲଭ ମୂଲ୍ୟର ଚଷମା ସମ୍ଭାରକୁ ମଧ୍ୟ ଉନ୍ମୋଚନ କରାଯାଇଛି।

ସମ୍ବନ୍ଧିତ ଖବର