ହିଣ୍ଡାଲ୍‌କୋର ଆଲୁମିନିୟମ୍‌ ବଲ୍‌କର୍‌

ଭୁବନେଶ୍ବର: ନିକଟରେ ଶେଷ ହୋଇଥିବା ଆନ୍ତର୍ଜାତିକ ଆଲୁମିନିୟମ୍ ପ୍ରଦର୍ଶନୀ ଓ ସମ୍ମିଳନୀ (ଇନ୍‌କାଲ୍‌) ୨୦୧୯ ଅବସରରେ ହିଣ୍ଡାଲ୍‌କୋ ପକ୍ଷରୁ ଏହାର ଆଲୁମିନିୟମ୍‌ ବଲ୍‌କର୍‌କୁ ପ୍ରଦର୍ଶିତ କରାଯାଇଥିଲା। ପ୍ରଦର୍ଶନୀରେ ଏହା ଅନ୍ୟତମ ଆକର୍ଷଣ ଥିଲା। ଅନେକ ଲୋକଙ୍କୁ ତାହା ଆକର୍ଷିତ କରିଥିଲା। ଏହି ବଲ୍‌କର୍‌ର କ୍ଷମତା ୩୦ କ୍ୟୁବିକ୍‌ ମିଟର୍‌ ହୋଇଥିବା ବେଳେ ଏହା ଏମ୍‌ଏସ୍‌ ବଲ୍‌କର୍‌ ଠାରୁ ୨ ଟନ୍‌ ହାଲୁକା ମଧ୍ୟ। ଏହା ଜରିଆରେ ସିମେଣ୍ଟ୍‌, ଫ୍ଲାଏ ଆସ୍‌, ଖାଦ୍ୟଶସ୍ୟ, ପିଟିଏ ପାଉଡର୍‌ ଓ ଆଲୁମିନା ଆଦି ପରିବହନ କରାଯାଇପାରିବ।

ସମ୍ବନ୍ଧିତ ଖବର