ଇଂଲଣ୍ଡର ଧନୀ ଏସୀୟ ତାଲିକା, ଶୀର୍ଷରେ ହିନ୍ଦୁଜା ପରିବାର

ଲଣ୍ଡନ: ଇଂଲଣ୍ଡରେ ରହୁଥିବା ପ୍ରବାସୀ ଭାରତୀୟ ତଥା ପ୍ରମୁଖ ଶିଳ୍ପଦ୍ୟୋଗୀ ହିନ୍ଦୁଜା ପରିବାର କ୍ରମାଗତଭାବେ ଷଷ୍ଠ ବର୍ଷ ପାଇଁ ଏଠାକାର ଶୀଷର୍ ଧନୀ ଏସୀୟ ପରିବାର ମାନ୍ୟତା ହାସଲ କରିଛନ୍ତି। ହିନ୍ଦୁଜା ପରିବାରର ସମ୍ପତ୍ତି ୨୫.୨ ବିଲିଅନ ପାଉଣ୍ଡ ବୋଲି ଦର୍ଶାଯାଇଛି। ପୂର୍ବ ବର୍ଷ ତୁଳନାରେ ଏହି ପରିବାରର ସମ୍ପତ୍ତି ୩ ବିଲିଅନ ପାଉଣ୍ଡରୁ ଅଧିକ ବୃଦ୍ଧି ଘଟିଛି। ଭାରତୀୟ ମୁଦ୍ରାରେ ଏହି ପରିବାରର ସମ୍ପତ୍ତି ପ୍ରାୟ ୨,୨୫,୦୦୦ କୋଟି ଟଙ୍କା ହେବ। ଶୁକ୍ରବାର ରାତିରେ ଏସିଆନ ବିଜନେସ୍ ଆୱାର୍ଡ ଉତ୍ସବରେ ଉନ୍ମୋଚିତ ଏସିଆର ଧନୀ ତାଲିକା ୨୦୧୯ରୁ ଏହି ତଥ୍ୟ ପଦାକୁ ଆସିଛି। ଆର୍ସେଲର ମିତ୍ତଲର ମାଲିକ ଏଲ ଏନ ମିତ୍ତଲ ଓ ତାଙ୍କ ପୁଅ ଆଦିତ୍ୟ ମିତ୍ତଲ ପୂର୍ବପରି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେମାନଙ୍କ ସମ୍ପତ୍ତି ୧୧.୨ ବିଲିଅନ ପାଉଣ୍ଡ ରହିଛି। ପୂର୍ବବର୍ଷ ତୁଳନାରେ ସେମାନଙ୍କ ସମ୍ପତ୍ତି ୨.୮ ବିଲିଅନ ପାଉଣ୍ଡ ହ୍ରାସ ପାଇଛି। ଭାରତୀୟ ଉଚ୍ଚାୟୁକ୍ତ ରୁଚି ଘନଶ୍ୟାମ ଏହି ତାଲିକା ଉନ୍ମୋଚନ କରିଛନ୍ତି। ଏଥିରେ ବ୍ରିଟେନରେ ବାସ କରୁଥିବା ୧୦୧ ଜଣ ଧନୀ ବ୍ୟକ୍ତିଙ୍କ ନାମ ସ୍ଥାନ ପାଇଛି।

ସମ୍ବନ୍ଧିତ ଖବର