ହୋଣ୍ଡାର ନୂଆ ଏକ୍ସ-ବ୍ଲେଡ୍‌ ଏବିଏସ୍‌

ନୂଆଦିଲ୍ଲୀ: ହୋଣ୍ଡା ପକ୍ଷରୁ ଏକ୍ସ-ବ୍ଲେଡ୍‌ ବାଇକ୍‌ର ଆଣ୍ଟି ଲକ୍ ବ୍ରେକିଂ ସିଷ୍ଟମ୍ (ଏବିଏସ୍‌) ମଡେଲ୍‌କୁ ଉନ୍ମୋଚନ କରାଯାଇଛି। ଦିଲ୍ଲୀରେ ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ୮୭,୭୭୬ ଟଙ୍କା ରହିଛି। ଷ୍ଟାଇଲ୍‌ ଓ ସୁପରିୟର ପ୍ରଯୁକ୍ତି ବିଶିଷ୍ଟ ଏକ୍ସ ବ୍ଲେଡ୍‌ ଯୁବପିଢ଼ିଙ୍କୁ ବହୁତ ପସନ୍ଦ ଆସୁଛି ବୋଲି କଂପାନିର ସଭାପତି ଓ ସିଇଓ ମିନୋରୁ କାଟୋ କହିଛନ୍ତି। ନୂଆ ପକ୍ଷରୁ ୨୦୧୯ର କମ୍ପ୍ଲିଟ୍‌ ବିଲ୍ଟ ୟୁନିଟ୍‌ (ସିବିୟୁ) ମଡେଲ୍‌ଗୁଡ଼ିକର ବୁକିଙ୍ଗ୍‌ ବିଷୟରେ ମଧ୍ୟ ଘୋଷଣା କରାଯାଇଛି। କଂପାନି ହୋଣ୍ଡାର ଶକ୍ତିଶାଳୀ ବାଇକ୍‌ଗୁଡ଼ିକୁ ବଜାରକୁ ଆଣିବ ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ରହିଛି।

ସମ୍ବନ୍ଧିତ ଖବର