ହୋଣ୍ଡାର ବିଏସ୍‌-୬ ଗାଡ଼ି ବିକ୍ରି ୧ ଲକ୍ଷ ୟୁନିଟ୍ ଟପିଲା

ନୂଆଦିଲ୍ଲୀ: ହୋଣ୍ଡା ମୋଟରସାଇକେଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ ଏହାର ଭାରତ ଷ୍ଟେଜ୍ (ବିଏସ୍‌) ୬ ମାନଦଣ୍ଡର ଗାଡ଼ି ବିକ୍ରି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। କମ୍ପାନିର ବିଏସ୍-୬ ମାନଦଣ୍ଡର ଆକ୍ଟିଭା ୧୨୫, ଏସପି ୧୨୫ ଏବଂ ଆକ୍ଟିଭା ୬ଜିର ବିକ୍ରି ସଂଖ୍ୟା ୧ ଲକ୍ଷ ୟୁନିଟ୍ ଟପିଛି ବୋଲି ଆଜି ଘୋଷଣା କରିଛି। ବିଏସ୍‌-୬ ମାନଦଣ୍ଡର ଗାଡ଼ି ଆଣିବା କ୍ଷେତ୍ରରେ ହୋଣ୍ଡା ପ୍ରମୁଖ ଭୂମିକା ଗ୍ରହଣ କରିଛି। ୨୦୨୦ ଏପ୍ରିଲ ପହିଲାରୁ ବିଏସ୍ ୬ ମାନଦଣ୍ଡର ଗାଡ଼ି ବିକ୍ରିକୁ ବାଧ୍ୟତାମୂଳକ କରାଯିବାକୁ ଥିବାବେଳେ କମ୍ପାନି ଏହାରା ୬ ମାସ ପୂର୍ବରୁ ଏହି ମାନଦଣ୍ଡର ଗାଡ଼ି ବହୁଳ ସଂଖ୍ୟାରେ ଉପଲବ୍ଧ କରାଇଛି। ବିଏସ୍ ୬ ମାନଦଣ୍ଡର ଗାଡ଼ି ବିକ୍ରି କ୍ଷେତ୍ରରେ‌ କମ୍ପାନି ଗ୍ରାହକଙ୍କ ଭଲପାଇବା ହାସଲ କରିଛି ବୋଲି ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର ବରିଷ୍ଠ ଉପସଭାପତି (ବିକ୍ରି ଏବଂ ବିପଣନ) ଯଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି।

ସମ୍ବନ୍ଧିତ ଖବର