ଅଗଷ୍ଟରୁ ହୋଣ୍ଡା କାର୍‌ ଦାମ୍‌ ବଢ଼ିବ

ନୂଆଦିଲ୍ଲୀ: ଅଗଷ୍ଟ ମାସରୁ ହୋଣ୍ଡାର ବିଭିନ୍ନ କାର୍‌ ମୂଲ୍ୟରେ ୧୦ ହଜାର ଟଙ୍କାରୁ ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେବ। କଂପାନିର ବରିଷ୍ଠ ଉପସଭାପତି (ବିକ୍ରି ଓ ମାର୍କେଟିଂ) ରାଜେଶ ଗୋୟଲ କହିଛନ୍ତି ଯେ, ଉତ୍ପାଦନରେ ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି, ସୀମା ଶୁଳ୍ପରେ ହୋଇଥିବା ବୃଦ୍ଧି ଓ ପରିବହନ ଖର୍ଚ ବୃଦ୍ଧି ଯୋଗୁଁ ଆମେ ଆମର ବିଭିନ୍ନ ମଡେଲ୍‌ର ମୂଲ୍ୟ ବଢ଼ାଇବାକୁ ନିଷ୍ପତ୍ତି ନେଇଛୁ।

ସମ୍ବନ୍ଧିତ ଖବର