ହୋଣ୍ଡାର ସଡ଼କ ସୁରକ୍ଷା ସପ୍ତାହ ପାଳନ

ଭୁବନେଶ୍ବର: ହୋଣ୍ଡା ତରଫରୁ ସର୍ବଭାରତୀୟ ସ୍ତରରେ ପାଳନ କରାଯାଉଥିବା ଜାତୀୟ ସଡ଼କ ସୁରକ୍ଷା ସଚେତନତା ସପ୍ତାହ ପାଳନ ଉଦ୍‌ଯାପିତ ହୋଇଛି। ଏହି ସାତ ଦିନରେ କଂପାନିର ହେଲ୍‌ମେଟ୍ ଅନ୍ ଲାଇଫ୍‌ ଅନ୍ କାର୍ଯ୍ୟକ୍ରମ ଜରିଆରେ ୧ ଲକ୍ଷ ୨୧ ହଜାର ଲୋକଙ୍କ ପାଖରେ ପହଞ୍ଚିଥିଲା। ଦେଶରେ ଥିବା ୧୩ଟି ଟ୍ରାଫିକ୍ ଟ୍ରେନିଂ ପାର୍କରେ ୧୭,୦୦୦ ଲୋକଙ୍କୁ ସଚେତନ କରାଯାଇଥିଲା। ଏହା ବ୍ୟତୀତ ହୋଣ୍ଡାର ଥିବା ୫୮୦୦ ଟଚ୍‌ପଏଣ୍ଟ୍‌ରେ ୮୩ ହଜାରରୁ ଅଧିକ ଲୋକଙ୍କୁ ସଡ଼କ ସୁରକ୍ଷା ଉପରେ ସଚେତନ କରାଯାଇଥିଲା।

ସମ୍ବନ୍ଧିତ ଖବର