ହୋଣ୍ଡା ୨୦୧୮ ଗୋଲ୍‌ଡ ଓ୍ଵିଙ୍ଗ୍‌

ଟୋକିଓ ମୋଟର ସୋ’ରେ ପ୍ରଦର୍ଶନ ହେବା ପରେ ହୋଣ୍ଡା ପକ୍ଷରୁ ଆଜି ଭାରତରେ ୨୦୧୮ ଗୋଲ୍‌ଡଓ୍ଵିଙ୍ଗ୍‌ର ଉନ୍ମୋଚନ କରାଯାଇଛି। ନୂଆ ହୋଣ୍ଡା ଗୋଲ୍‌ଡଓ୍ଵିଙ୍ଗ୍‌ ପୂର୍ବ ଗୋଲ୍‌ଡଓ୍ଵିଙ୍ଗ୍‌ ତୁଳନାରେ ପତଳା ଓ କମ୍‌ ଓଜନର। ସେହିଭଳି ଏହାର ହେଡଲ୍ୟାମ୍ପ ଓ ପଛଲାଇଟ୍‌କୁ ମଧ୍ୟ ନୂଆ ଡିଜାଇନ୍‌ରେ ପ୍ରସ୍ତୁତ କରାଯାଇଛି। ୧୮୩୩ ସିସିର ଇଞ୍ଜିନ ଲାଗିଥିବା ଏହି ଗାଡ଼ିର ମୂଲ୍ୟ ପୁରୁଣା ମଡେଲ ତୁଳନାରେ ସମାନ ରଖାଯାଇଛି। ଦିଲ୍ଲୀରେ ଏହି ଗାଡ଼ିର ଷ୍ଟାଣ୍ଡାର୍ଡ ଏଡିସନ୍‌ର ଏକ୍ସସୋରୁମ୍‌ ମୂଲ୍ୟ ୨୬ ଲକ୍ଷ ୮୫ ହଜାର ଟଙ୍କା ଓ ଟୁର୍‌ ଏଡିସନ୍‌ର ଏକ୍ସସୋରୁମ୍‌ ମୂଲ୍ୟ ୨୮ ଲକ୍ଷ ୪୯ ହଜାର ଟଙ୍କା ରହିଛି।

ସମ୍ବନ୍ଧିତ ଖବର