’ହୋଣ୍ଡା ଜୟ କ୍ଲବ’ର ସଫଳତା

ନୂଆଦିଲ୍ଲୀ: ପାର୍ବଣ ସମୟ ଚାଲିଥିବାବେଳେ ନିଜର ଗ୍ରାହକଙ୍କ ପାଇଁ ହୋଣ୍ଡାର ସ୍ୱତନ୍ତ୍ର ’ହୋଣ୍ଡା ଜୟ କ୍ଲବ’ ଲୟାଲଟି ଯୋଜାନରେ ପିକରଣ ସଂଖ୍ୟା ମାତ୍ର ୧ ମାସରୁ କମ୍‌ ସମୟରେ୧ ଲକ୍ଷ ଟପି ଯାଇଥିବା ହୋଣ୍ଡା ଟୁହ୍ଵିଲର ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି । ’ହୋଣ୍ଡା ଜୟ କ୍ଲବ’ ଏକ ଅଭିନବ ତଥା ପ୍ରଥମ ଥର ପାଇଁ ଆୟୋଜନ କରାଯାଇଥିବା ଲୟାଲଟି ପ୍ରୋଗ୍ରାମ । ଏଥିରେ ହୋଣ୍ଡାର ନୂଆ ତଥା ବର୍ନ୍ନମାନର ୨ ଚକିଆ ଗ୍ରାହକଙ୍କ ପାଇଁ ଏକାଧିକ ସୁବିଧାସୁଯୋଗ ରହିଛି । ଭାରତୀୟ ୨ ଚିକିଆ ଯାନ ଇତିହାସରେ ଏହା ପ୍ରଥମ ଡ଼ିଜିଟାଲ ଲୟାଲଟି କାର୍ଯ୍ୟକ୍ରମ ।  ଭାରତରେ ହୋଣ୍ଡା ଦୁଇ ଚିକିଆ ଯାନ ପରିମାଣ ୩୨% ରହିଛି । ଦୀର୍ଘ ୧୮ ବର୍ଷ ଧରି ହୋଣ୍ଡାର ଭାରତରେ ଏହି ଯାତ୍ରାରେ ୩୯ ନିୟୁତ ଭାରତୀୟ ପରିବାର ଏହାର ଗ୍ରାହକ ହୋଇସାରିଛନ୍ତି ।  ଏବେ ପ୍ରତି ୫ ସେକେଣ୍ଡରେ ହୋଣ୍ଡା ପରିବାରରେ ଜଣେ ଗ୍ରାହକ ହେଉଛନ୍ତି । ଦୀପାବଳି ଅବ୍ୟବହିତ ପୂର୍ବରୁ ’ହୋଣ୍ଡା ଜୟ କ୍ଲବ’ ମାତ୍ର ୨୦ ଦିନରେ ୧ ଲକ୍ଷ ଗ୍ରାହକ ସଦସ୍ୟ ସଂଯୋଗ କରିପାରିଛି ।

ସମ୍ବନ୍ଧିତ ଖବର