ନୂଆ ରୂପରେ ବଜାରକୁ ଆସିଲା ହୋଣ୍ଡା ଆକ୍ଟିଭା ୨୦୧୮ ଏଡିସନ

ନୂଆଦିଲ୍ଲୀ : ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ପକ୍ଷରୁ ଘୋଷଣା କରାଯାଇଛି ଯେ ଆକ୍ଟିଭା ୨୦୧୮ ଏଡିସନସବୁ ଏବେ କମ୍ପାନିର ସବୁ ଡିଲରସିପ୍‌ରେ ଉପଲବ୍ଧ ହୋଇଛି । ଆକ୍ଟିଭା ୨୦୧୮ ଏଡିସନରେ ନୂଆ ଏଲଇଡି ହେଡଲ୍ୟାମ୍ପ୍‌ ଓ ପୋଜିସନ୍‌ ଲ୍ୟାମ୍ପ୍‌ ବ୍ୟବହାର କରାଯାଇଛି। ଏଥିରେ ୪-ଇନ୍‌-୧ ଲକ୍‌ ସହିତ ସିଟ୍‌ ଓପୋନର୍‌ ସ୍ୱିଚ୍‌ ରହିଛି। ନିୟୁତାଧିକ ଗ୍ରାହକଙ୍କ ବିଶ୍ୱାସ ଜୟ କରିପାରିଥିବା ଆକ୍ଟିଭା ୧୨୫କୁ ସୁଦୃଢ଼ ଧାତବ ବଡ଼ି ପ୍ରଦାନ କରାଯାଇଛି। ଆକ୍ଟିଭା ୧୨୫ର ୨୦୧୮ ସଂସ୍କରଣ ବିଷୟରେ ୟଦବିନ୍ଦର ସିଂହ ଗୁଲେରିଆ, ବରିଷ୍ଠ ଉପ ସଭାପତି, ବିକ୍ରି ଓ ମାର୍କେଟିଂ, ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ କହିଛନ୍ତି ଯେ, ‘ଭାରତରେ ସ୍କୁଟରାଇଜସନ୍‌କୁ ବଢ଼ାଉଥିବା ଶକ୍ତି ହେଉଛି ହୋଣ୍ଡା ଓ ଏହା ଏହାର ଏଲ୍‌ଇଡି ପ୍ରତିଶ୍ରୁତିକୁ ଆକ୍ଟିଭା ୧୨୫ରେ ବ୍ୟବହାର କରିଛି। ପ୍ରିମିୟମ୍‌ ଷ୍ଟାଇଲ୍‌ ଓ ଅତିରିକ୍ତ ବୈଶିଷ୍ଟ୍ୟ ସହ ୨୦୧୮ ଆକ୍ଟିଭା ୧୨୫ ନିୟୁତାଧିକ ଗ୍ରାହକଙ୍କ ବିଶ୍ୱାସ ଜୟ କରିପାରିିଛି ଓ ଏହା ସ୍ୱୟଂଚାଳିକ ସ୍କୁଟର କ୍ଷେତ୍ରରେ ହୋଣ୍ଡାର ନେତୃତ୍ୱକୁ ଆହୁରି ସୁଦୃଢ଼ କରିବ।’’ ହୋଣ୍ଡାଆକ୍ଟିଭା ୨୦୧୮ ଏଡିସନରେ ନୂଆ ଗ୍ରେ ଆଲଏ ହ୍ଵିଲ୍‌, କ୍ରୋମ୍‌ ପ୍ଲେଟେଡ୍‌ ମେଟାଲ୍‌ ମଫଲର୍‌ ପ୍ରୋଟେକ୍ଟର,୩ ଷ୍ଟେପ୍‌ ରିଅର ଆଡଜଷ୍ଟେବଲ୍‌ ସସ୍‌ପେନ୍‌ସନ୍‌, ଇକୋ ସ୍ପିଡ୍‌ ଇଣ୍ଡିକେଟର୍‌, ସର୍ଭିସ୍‌ ଡ୍ୟୁ ଇଣ୍ଡିକେଟର୍‌, ୧୨୫ ସିସି ଏଚ୍‌ଇଟି ଇଂଜିନ ରହିଛି। ଏହା ନୂଆ ମେଟ୍‌ ସେଲେନ୍‌ ସିଲଭର୍‌ ରଙ୍ଗ ସହିତ ୫ଟି ଆକର୍ଷଣୀୟ ରଂଗରେ ଉପଲବ୍ଧ ହେଉଛି। ଏହାର ଏକ୍ସ ସୋରୁମ୍‌ ଦିଲ୍ଲୀ ମୂଲ୍ୟ ୫୯୬୨୧ ଟଙ୍କା ରହିଛି।

ସମ୍ବନ୍ଧିତ ଖବର