ଓଡ଼ିଶା ବଜାରରେ ହୋଣ୍ଡା ସିବି୩୦୦ଆର୍

ଭୁବନେଶ୍ୱର: ଯୁବପିଢ଼ିଙ୍କୁ ଦୃଷ୍ଟିରେ ରଖି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ନୂଆ ବାଇକ୍ ସିବି୩୦୦ଆର୍    ଉନ୍ମୋଚନ କରାଯିବା ସହିତ କଂପାନି ମଧ୍ୟମ ଓଜନର ମୋଟରସାଇକଲ୍ କ୍ଷେତ୍ରରେ ପ୍ରବେଶ କରିଛି । ନିଓ ସ୍ପୋର୍ଟସ୍ କାଫେ ବର୍ଗରେ ଏହା ହେଉଛି କଂପାନିର ଦ୍ୱିତୀୟ ଉତ୍ପାଦ ।
ଜବରଦସ୍ତ ଠାଣି ସହିତ ବଡ଼ ବାଇକ୍ରେ ଯାତ୍ରା କରିବାକୁ ପସନ୍ଦ କରୁଥିବା ଚାଳକମାନଙ୍କ ପାଇଁ ଏହା ହେଉଛି ଏକ ସମ୍ପୂର୍ଣ୍ଣ ବାଇକ୍ । ଏଥିରେ ରହିଛି ୨୮୬ ସିସି ଲିକ୍ୱିଡ୍ କୁଲଡ୍ ପିଏମ୍ଜି-ଏଫ୍ଆଇ ଇଂଜିନ୍ ଯାହା ଟର୍କକୁ ଶକ୍ତିର ଶ୍ରେଷ୍ଠ ଅନୁପାତ ପ୍ରଦାନ କରୁଛି । ସବୁ ପ୍ରକାର ପରିସ୍ଥିତିରେ ଉନ୍ନତ ବ୍ରେକିଂ ପ୍ରଦର୍ଶନ ପ୍ରଦାନ କରିବା ପାଇଁ ଏଥିରେ ରହିଛି ଆଇଏମ୍ୟୁ ଭିତିକ ୨-ଚ୍ୟାନେଲ୍ ଏବିଏସ୍ ଯାହା ଆଗରୁ ପଛ ପର୍ଯ୍ୟନ୍ତ ବହୁତ ଭଲ ସନ୍ତୁଳନ ରକ୍ଷା କରିବ । ଏହା ବ୍ୟତୀତ ସିବି୩୦୦ଆର୍ରେ ଫୁଲ୍ ଏଲ୍ଇଡି ଲାଇଟ୍ ସହିତ ଇଣ୍ଡିକେଟର୍, ଏଲଇଡି ଇନଷ୍ଟ୍ରୁମେଣ୍ଟ ଡିସ୍ପ୍ଲେ, ରବର୍ ମାଉଣ୍ଟେଡ ଷ୍ଟିଲ୍ ହାଣ୍ଡେଲ୍ ବାର୍ ରହିଛି ।

ହୋଣ୍ଡା ସିବି୩୦୦ଆର୍ ବିଷୟରେ  ୟଦବିନ୍ଦର ସିଂହ ଗୁଲେରିଆ, ବରିଷ୍ଠ ଉପସଭାପତି, ବିକ୍ରି ଓ ମାର୍କେଟିଂ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ସମ୍ପୂର୍ଣ୍ଣ ନୂଆ ନିଓ ସ୍ପୋର୍ଟସ୍ କାଫେରୁ ଅନୁପ୍ରାଣିତ ସିବି୩୦୦ଆର୍ ହେଉଛି କ୍ଲାସିକ୍ ରୋଡ୍ଷ୍ଟର୍ ଡିଜାଇନ୍ର ଆଧୁନିକ ରୂପ । ଭାରତରେ ୨.୪୧ ଲକ୍ଷ ଟଙ୍କା (ଏକ୍ସ ସୋ’ରୁମ) ମୂଲ୍ୟ ସହିତ ହୋଣ୍ଡା ପକ୍ଷରୁ ବର୍ଦ୍ଧିତ ମଧ୍ୟମ ଓଜନ ବର୍ଗରେ ଗୁରୁତ୍ୱ ପ୍ରଦାନ କରାଯାଇଛି ଏବଂ ଭାରତର ମୋଟରପ୍ରେମୀମାନେ ବହୁତ ଭଲ ଭାବେ ଏହାକୁ ଗ୍ରହଣ କରିଛନ୍ତି । ବୁକିଙ୍ଗ ଆରମ୍ଭ ହେବାର ମାତ୍ର ୨୫ ଦିନ ଭିତରେ ଆମର ବର୍ତମାନର ଉତ୍ପାଦନ କ୍ଷମତା ଅନୁସାରେ ସିବି୩୦୦ଆର୍ ତିନି ମାସ ପାଇଁ ବୁକିଙ୍ଗ ହୋଇସାରିଲାଣି । ସିବି୩୦୦ଆର୍ର ଉନ୍ମୋଚନ ଭାରତରେ ନୂଆ ପ୍ରିମିୟମ୍ ସିଲଭର୍-ୱିଙ୍ଗ୍ ଚିହ୍ନ ସୃଷ୍ଟି କରିବ ।’’

ଓଡ଼ିଶାର ଭୁବନେଶ୍ୱରରେ ଥିବା ହୋଣ୍ଡାର ୱିଙ୍ଗ ୱାର୍ଲଡ୍ ଡିଲର୍ ପିଜିଏଲ୍ ରାମଜୀ ମୋଟର୍ସ ପ୍ରାଇଭେଟ୍ ଲିମିଟେଡ୍ରେ ଏହି ନୂତନ ବାଇକ ଉପଲବ୍ଧ ହେଉଛି ।

ସମ୍ବନ୍ଧିତ ଖବର