ଭାରତକୁ ଆସିଲା ହୋଣ୍ଡା ସିବିଆର୬୫୦ଆର୍, ବୁକିଂ ଆରମ୍ଭ

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍ର ନୂଆ ସ୍ପୋର୍ଟସ୍  ବାଇକ୍ ସିବିଆର୬୫୦ ଆର୍ ଭାରତରେ ଉନ୍ମୋଚିତ ହୋଇଛି । ଏଥି ସହିତ ଏହି ବାଇକର ବୁକିଂ ମଧ୍ୟ ଆରମ୍ଭ କରାଯାଇଛି । ହୋଣ୍ଡାର ୱିଙ୍ଗ୍ ୱାର୍ଲଡ୍ ଡିଲରସିପରେ ୧୫ ହଜାର ଟଙ୍କା ଦେଇ ନୂଆ ସିବିଆର୬୫୦ଆର ବୁକିଂ କରିହେବ ।
ମିଲାନ୍ ଠାରେ ଆୟୋଜିତ ଇଆଇସିଏମ୍ଏ ସୋ’ରେ ଏହି ବାଇକ୍କୁ ହୋଣ୍ଡା ପକ୍ଷରୁ ଉନ୍ମୋଚନ କରାଯାଇଥିଲା । ଏହି ବାଇକରେ ରହିଛି ଚାରି ସିଲିଣ୍ଡର ବିଶିଷ୍ଟ ଇଞ୍ଜିନ । ଏଥିରେ ଥିବା ଫୁଲ୍ ଏଲ୍ଇଡି ଲାଇଟ୍ ଆଉଟ୍ଲାଇନ୍ ବାଇକଟିକୁ ଶକ୍ତିଶାଳୀ ଲୁକ୍ ପ୍ରଦାନ କରିଛି । ଏଥିରେ ରହିଛି ମେଡ୍ ଇନ୍ ଇଣ୍ଡିଆର ଲାଭ । ଏହାର ମୂଲ୍ୟକୁ ଆକର୍ଷଣୀୟ ଭାବେ ୮ ଲକ୍ଷ ଟଙ୍କାରୁ କମ୍ କରାଯାଇଛି ।

ନୂଆ ସିବିଆର୍୬୫୦ଆର୍ ବିଷୟରେ  ୟଦବିନ୍ଦର ସିଂହ ଗୁଲେରିଆ, ବରିଷ୍ଠ ଉପସଭାପତି-ବିକ୍ରି ଓ ମାର୍କେଟିଂ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ସିବି୩୦୦ଆର୍ର ଜାତୀୟ ଉନ୍ମୋଚନର ଦୁଇ ସପ୍ତାହରୁ କମ୍ ସମୟ ପରେ ହୋଣ୍ଡା ପକ୍ଷରୁ ଗର୍ବର ସହିତ ଏହାର ଦ୍ୱିତୀୟ ବିଶ୍ୱ ସ୍ତରୀୟ ବାଇକକୁ ମଧ୍ୟମ ଓଜନ ବର୍ଗରେ ସିଲଭର-ୱିଙ୍ଗ୍ ଅଧୀନରେ ଉନ୍ମୋଚନ କରାଯାଇଛି ।

ଆଇସିଏମ୍ଏରେ ଉନ୍ମୋଚନ କରାଯାଇଥିବା ୨୦୧୯ ଗ୍ଲୋବାଲ୍ ଫନ୍ ମଡେଲ୍ର ଅଂଶ ଥିବା ସିବିଆର୬୫୦ଆର୍ର ଭାରତରେ ବୁକିଙ୍ଗ ବିଷୟରେ ହୋଣ୍ଡା ପକ୍ଷରୁ ଘୋଷଣା କରାଯାଇଛି ।

ଓଡ଼ିଶାରେ ଭୁବନେଶ୍ୱରର ପିଜିଏମ୍ ରାମଜୀ ମୋଟର୍ସରେ ଏହି ବାଇକର ବୁକିଂ କରାଯାଇପାରିବ । ସାରା ଭାରତରେ ଥିବା ୨୨ଟି ହୋଣ୍ଡା ଗୋଲ୍ଡ ୱିଙ୍ଗ ଡିଲରସିପରେ ବୁକିଙ୍ଗ ସୁବିଧା ଉପଲବ୍ଧ ହେଉଛି ।

ସମ୍ବନ୍ଧିତ ଖବର