ହୋଣ୍ଡାର ନୂଆ ଆମେଜ୍

ନୂଆଦିଲ୍ଲୀ/ଭୁବନେଶ୍ବର: ହୋଣ୍ଡା କାର୍‌ସ୍ ଇଣ୍ଡିଆ ଲିମିଟେଡ ପକ୍ଷରୁ ଆଜି ଏହାର ଲୋକପ୍ରିୟ ସେଦାନ ଆମେଜ୍‌ର ନୂଆ ଭିଏକ୍ସ ସିଭିଟି ଟପ୍ ଗ୍ରେଡ୍ ଉନ୍ମୋଚନ କରାଯାଇଛି। ଉଭୟ ପେଟ୍ରୋଲ ଏବଂ ଡିଜେଲରେ ଏହି ନୂଆ ଗ୍ରେଡ୍ କାର ଉପଲବ୍ଧ ହେବ। ପୂର୍ବରୁ ସିଭିଟି ଭାରିଆଣ୍ଟ ଏସ ଏବଂ ଭି ଗ୍ରେଡରେ ଉ‌ପଲବ୍ଧ ହେଉଛି। ହୋଣ୍ଡା ଆମେଜ୍‌ର ନୂଆ ଭିଏକ୍ସ ସିଭିଟି ଭାରିଆଣ୍ଟକୁ ନେଇ ଆମେ ଅତ୍ୟନ୍ତ ଆନନ୍ଦିତ ବୋଳି କମ୍ପାନିର ବରିଷ୍ଠ ଉପସଭାପତି ତଥା ନିର୍ଦେଶକ( ବିକ୍ରି ଏବଂ ବିପଣନ) ରାଜେଶ ଗୋଏଲ କହିଛନ୍ତି। ହୋଣ୍ଡା ଆମେଜ ଭିଏକ୍ସ ସିଭିଟିର ପେଟ୍ରୋଲ ଭାରିଆଣ୍ଟ ମୂଲ୍ୟ ୮,୫୬,୯୦୦ ଟଙ୍କା ଥିବାବେଳେ ଡିଜେଲ ଭାରିଆଣ୍ଟର ମୂଲ୍ୟ ୯,୫୬,୯୦୦ ଟଙ୍କା ରହିଛି।

ସମ୍ବନ୍ଧିତ ଖବର