୧୬୦ ସିସି ସ୍ପୋର୍ଟି ମୋଟରସାଇକଲ୍‌ ହୋଣ୍ଡା ଏକ୍ସ-ବ୍ଲେଡ୍‌ର ଡେଲିଭରୀ ଆରମ୍ଭ

ଭୁବନେଶ୍ୱର : ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ୧୬୦ ସିିସି ବିଶିଷ୍ଟ ସ୍ପୋର୍ଟି ବାଇକ୍‌ ଏକ୍ସ-ବ୍ଲେଡ୍‌ର ଡେଲିଭରୀ ଆରମ୍ଭ କରିଛି। ଗତ ଅଟୋ ଏକ୍ସପୋରେ ଉନ୍ମୋଚନ କରାଯାଇଥିବା ଏହି ବାଇକର ମୂଲ୍ୟ ୭୮,୫୦୦ ଟଙ୍କା (ଏକ୍ସ ସୋରୁମ୍‌, ଦିଲ୍ଲୀ) ରହିଛି ।

ନୂଆ ପିଢ଼ି ଏବଂ ଜେନ୍‌-ଜେଡ଼ ମାନଙ୍କ ପାଇଁ ଆକର୍ଷଣୀୟ ଏବଂ ଫ୍ୟୁଚରିଷ୍ଟିକ୍‌ ଏକ୍ସ-ବ୍ଲେଡ୍‌କୁ ପ୍ରସ୍ତୁତ କରାଯାଇଛି । ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ, ଏହାର ଡେଲିଭରୀ (ଡିସ୍‌ପ୍ୟାଚ୍‌-ପ୍ରେରଣ) ଚଳିତ ମାସରେ ଆରମ୍ଭ କରାଯାଇଛି । ଷ୍ଟାଇଲ୍‌, ହୋଣ୍ଡାର ପରୀକ୍ଷିତ ଏଚ୍‌ଇଟି ୧୬୦ ସିସି ଇଂଜିନ୍‌ ଏବଂ ସୁପରିୟର ପ୍ରଯୁକ୍ତି ସହିତ ଏକ୍ସ-ବ୍ଲେଡ୍‌ ଏହାର ନିଜ ଶ୍ରେଣୀରେ ଅନେକ ପ୍ରଥମ ଧରଣର ବୈଶିଷ୍ଟ୍ୟ ସହିତ ନୂଆ ମାନଦଣ୍ଡ ସୃଷ୍ଟି କରିଛି ବୋଲି କମ୍ପାନି ପକ୍ଷରୁ ୟଦବିନ୍ଦର ସିଂହ ଗୁଲେରିଆ, ବରିଷ୍ଠ ଉପସଭାପତି-ବିକ୍ରି ଏବଂ ମାର୍କେଟିଂ କହିଛନ୍ତି ।

ଏହି ବାଇକ୍‌ରେ ରହିଛି ଫ୍ୟୁଚରିଷ୍ଟିକ୍‌ ଏଲ୍‌ଇଡି ହେଡ୍‌ଲ୍ୟାମ୍ପ୍‌ ଯାହା ଏହି ବର୍ଗରେ ପ୍ରଥମେ ବ୍ୟବହାର କରାଯାଇଛି। ଏଥିରେ ସ୍ପୋର୍ଟି ଡୁଆଲ୍‌ ଆଉଟ୍‌ଲେଟ୍‌ ପୋର୍ଟ ସାଇଲେନ୍‌ସର୍‌ ଥିବା ବେଳେ ୧୬୨ ସିସିର ଏଚ୍‌ଇଟି ଇଂଜିନ ରହିଛି। ଏଥିରେ ସର୍ଭିସ୍‌ ଡ୍ୟୁଇଣ୍ଡିକେଟର ଏବଂ ଗିୟର ପୋଜିସନ୍‌ ଇଣ୍ଡିକେଟର ମଧ୍ୟ ରହିଛି । ଏହା ମାଟେ ମାର୍ଭେଲ୍‌ ବ୍ଲୁ ମେଟାଲିକ୍‌, ମ୍ୟାଟ୍‌ ଫ୍ରୋଜେନ୍‌ ସିଲଭର ମେଟାଲିକ୍‌, ପର୍ଲ ସ୍ପାର୍ଟାନ୍‌ ରେଡ୍‌, ପର୍ଲ ଇଗନିୟସ ବ୍ଲାକ୍‌ ଏବଂ ମ୍ୟାଟ୍‌ ମାର୍ସଲ୍‌ ଗ୍ରିନ୍‌ ମେଟାଲିକ୍‌ ଭଳି ୫ଟି ରଂଗରେ ଉପଲବ୍ଧ ହେଉଛି ।

ସମ୍ବନ୍ଧିତ ଖବର