ଏବେ ଭଡ଼ାରେ ମିଳିବ ହୋଣ୍ଡା ଆକ୍ଟିଭା ୫ଜି, କ୍ଲିକ : ଡ୍ରାଇଭଜି ସହିତ ହାତ ମିଳାଇଲା ହୋଣ୍ଡା କମ୍ପାନି

ବାଙ୍ଗାଲୋର : ବିଭିନ୍ନ ସହରରେ ଦୁଇଚକିଆ ଯାନ ଭଡ଼ାରେ ପ୍ରଦାନ କରୁଥିବା କମ୍ପାନି ଡ୍ରାଇଭଜି ଏବେ ବାଙ୍ଗାଲୋର ଓ ହାଇଦ୍ରାବାଦରେ ହୋଣ୍ଡା ଆକ୍ଟିଭା ଓ କ୍ଲିକ ଗ୍ରାହକମାନଙ୍କୁ ଭଡ଼ାରେ ଯୋଗାଇଦେବ । ଏଥିପାଇଁ ହୋଣ୍ଡା କମ୍ପାନି ଡ୍ରାଇଭଜି ସହିତ ଚୁକ୍ତି କରିଛି । ଏହା ଅନୁଯାୟୀ ହୋଣ୍ଡା ପକ୍ଷରୁ ଏହି ସଂସ୍ଥାକୁ ୩୦୦୦ ସ୍କୁଟର ପ୍ରଦାନ କରାଯାଇଛି ଯାହା ହାଇଦ୍ର୍ରାବାଦ ଓ ବେଙ୍ଗାଲୁରୁରେ ଚଳପ୍ରଚଳ କରିବ। କଂପାନିର ଫ୍ଲିଟ୍‌ରେ ଆକ୍ଟିଭା ୫ଜି ଓ କ୍ଳିକ୍‌ ଭଳି ସ୍କୁଟର୍‌କୁ ସାମିଲ କରାଯାଇଛି । ଡ୍ରାଇଭଜି ଦ୍ୱାରା ଏହି ଦୁଇ ସହରର ଲୋକମାନେ ସୁବିଧାରେ ଗମନାଗମନ କରିପାରିବେ। ଭାରତରେ ଦ୍ରୁତ ସହରୀକରଣ ଓ ସାର୍ବଜନୀନ ଭିତ୍ତିଭୂମି ସୀମିତ ଥିବାରୁ ରାସ୍ତାରେ ପ୍ରବଳ ଭିଡ଼ ହେଊଛି। ତେଣୁ ଦୁଇ ଚକିଆ ସେୟାରଡ୍‌ ମୋବିଲିଟିର ଲୋକପ୍ରିୟତା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ।

୨୦୧୪ରେ ଭାରତରେ ୧୦ ସେୟାରଡ୍‌ ମୋବିଲିଟି ସଂସ୍ଥା ଥିଲେ । ଏବେ ସେମାନଙ୍କ ସଂଖ୍ୟା ୩୦ରେ ପହଞ୍ଚିଲାଣି । ଏଗ୍ରିଗେଟର, ଦୁଇ ଚକିଆ ରେଣ୍ଟାଲ ଓ ସେଲ୍‌ଫ ରାଇଡ୍‌ ରେଣ୍ଟାଲ ମଡେଲ୍‌ରେ ସେମାନେ କାରବାର କରୁଛନ୍ତି । ଆମେ ହୋଣ୍ଡା ସହିତ ଗାଡ଼ିଚାଳନା ମିସନ୍‌ ସଫଳ କରିବାରେ ହୋଣ୍ଡା ସହିତ ଯୋଡ଼ି ହୋଇଥିବାରୁ ବହୁତ ଆନନ୍ଦିତ ବୋଲି ଅଶ୍ୱଯର୍‌ୟ ସିଂହ, ସିଇଓ ଓ ସହପ୍ରତିଷ୍ଠାତା, ଡ୍ରାଇଭ୍‌ଜି କହିଛନ୍ତି ।

ସମ୍ବନ୍ଧିତ ଖବର