ଏ ବର୍ଷ ଗୋଟିଏ ନୂଆ ମଡେଲ, ୧୮ଟି ଅପଗ୍ରେଡେଡ ମଡେଲ ବଜାରକୁ ଛାଡିବ ହୋଣ୍ଡା

ଗୁରୁଗାଁଓ : ଗୋଟିଏ ବର୍ଷ ଭିତରେ ୧ ନିୟୁତ ବର୍ଦ୍ଧିତ ଗ୍ରାହକ ଯୋଡ଼ିବାର ବିଶ୍ୱ ରେକର୍ଡ ସ୍ଥାପନ କରିବା ପରେ ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ ସ୍କୁଟର ଇଣ୍ଡିଆ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ଅର୍ଥାତ୍‌ ୨୦୧୮-୧୯ର ଭାରତୀୟ ବଜାର ପାଇଁ ଯୋଜନା ଘୋଷଣା କରାଯାଇଛି । ଏ ବର୍ଷ କମ୍ପାନି ଗୋଟିଏ ସଂପୂର୍ଣ୍ଣ ନୂଆ ମଡେଲ ଓ ୧୮ଟି ମଡେଲ୍‌ର ଅପ୍‌ଗ୍ରେଡେଡ୍‌ ଭର୍ସନ ବଜାରକୁ ଛାଡିବ ।

ହୋଣ୍ଡା ୨ହ୍ଵିଲର୍ସ ଇଣ୍ଡିଆ ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷରେ ୮୦୦ କୋଟି ଟଙ୍କା ନିବେଶ କରିବାକୁ ଯୋଜନା ରଖାଯାଇଛି। ଗତବର୍ଷ ୨୨% ଅଭିବୃଦ୍ଧି ହାସଲ କରିବା ପରେ କ୍ରମାଗତ ତୃତୀୟ ବର୍ଷ ପାଇଁ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବାକୁ ହୋଣ୍ଡା ପ୍ରସ୍ତୁତ ହେଉଛି। ଏ ବର୍ଷ ହୋଣ୍ଡା ଏହାର ଟଚ୍‌ପଏଣ୍ଟ ନେଟ୍‌ୱର୍କ ସଂଖ୍ୟାକୁ ୬୦୦୦ ପର୍ଯ୍ୟନ୍ତ ବଢ଼ାଇବ । ଚଳିତ ବର୍ଷ ହୋଣ୍ଡା ଜୟ କ୍ଲବ୍‌-ନାମକ ଏକ ଗ୍ରାହକ ବିଶ୍ୱାସନୀୟତା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ମଧ୍ୟ ଯୋଜନା ରଖାଯାଇଛି । ୨୦୨୦କୁ ନଜରରେ ରଖି ହୋଣ୍ଡା ବିଏସ୍‌-୬ ପାଇଁ ଜୋରସୋରରେ ପ୍ରସ୍ତୁତି ଜାରି ରଖିଛି। ପରିମାଣ ଓ ଗୁଣାତ୍ମକ ମାନ ଦୃଷ୍ଟିରୁ ଭାରତ ଓ ବିଶ୍ୱରେ ଅଗ୍ରଣୀ ହେବାକୁ ଲକ୍ଷ୍ୟ ରଖିଛି। ସବୁ କାରଖାନାର ଆଧୁନିକୀକରଣ ଓ ୟୁନିଫିକେସନ୍‌ ଉତ୍ପାଦନ ଉପରେ ଜୋର ଦେଉଛି। ଭାରତରେ ବ୍ରାଣ୍ଡ୍‌ର ଶକ୍ତିି ବଢ଼ାଇବା ପାଇଁ ନୂଆ ବ୍ରାଣ୍ଡ୍‌ ଆଣ୍ଡ କମ୍ୟୁନିକେସନ୍‌ କାରବାର ଆରମ୍ଭ କରିବାକୁ ଯୋଜନା ରଖିଛି।

ସମ୍ବନ୍ଧିତ ଖବର