ମଇରେ ଲଞ୍ଚ ହେବ ୨ୟ ପିଢ଼ିର ହୋଣ୍ଡା ଆମେଜ୍‌ ,ପ୍ରି-ଲଞ୍ଚ ବୁକିଂ ଆରମ୍ଭ

ନୂଆଦିଲ୍ଲୀ : ଭାରତରେ ପ୍ରିମିୟମ କାର୍‌ର ଅଗ୍ରଣୀ ନିର୍ମାତା ହୋଣ୍ଡା କାର୍‌ସ ଇଣ୍ଡିଆ ଲିଃ. ଏହାର ବହୁ ପ୍ରତୀକ୍ଷିତ ଅଲ୍‌ ନ୍ୟୁ ଦ୍ୱିତୀୟ ପୀଢ଼ିର ହୋଣ୍ଡା ଆମେଜ୍‌ ପାଇଁ ପ୍ରିଲଂଚ ବୁକିଂ ଆରମ୍ଭ କରିଛି। ଏହି ବୁକିଂ କାଯର୍‌ୟକ୍ରମ ସାରା ଦେଶର ସବୁ ସ୍ୱୀକୃତ ହୋଣ୍ଡା ଡିଲରସିପ୍‌ ଗୁଡ଼ିକରେ ଉପଲବ୍ଧ ହେବ ଓ ବୁକିଂ ପରିମାଣ ରହିଛି ଟ.୨୧,୦୦୦/- । ଏହି ଅଲ୍‌ ନ୍ୟୁ ଦ୍ୱିତୀୟ ପୀଢ଼ିର ଆମେଜ୍‌ ସମସ୍ତ ନୂତନ ବିଶେଷତ୍ତ୍ଵକୁ ନେଇ ନିର୍ମିତ ହୋଇଛି। ଏଥିରେ ହୋଣ୍ଡାର ଉନ୍ନତ ମାନର ଇିନିୟରିଂ ଦକ୍ଷତା ଓ ଅଭିଜ୍ଞ ଗବେଷଣା ତଥା ବିକାଶ ପ୍ରତି ଧ୍ୟାନ ଦିଆଯାଇଛି। ଏହି କାର୍‌ଟି ଆସନ୍ତା ମାସ (ମଇ)ରେ ଉନ୍ମୋଚନ ହେବାକୁ ଯାଉଛି ଓ ଏହା ଉଭୟ ପେଟ୍ରୋଲ୍‌ ଏବଂ ଡିଜେଲ୍‌ରେ ଉପଲବ୍ଧ ହେବ। ଏହି ଅଲ୍‌ ନ୍ୟୁ ଆମେଜ୍‌ର ବିଶେଷତ୍ୱ ହେଉଛି ଭାରତରେ ଶିଳ୍ପରେ ପ୍ରଥମ ଡିଜେଲ୍‌ ସିଭିଟି ପ୍ରଯୁକ୍ତି ଯାହା ଶକ୍ତିିଶାଳି ଓ ସହଜ ଗାଡ଼ିଚାଳଣା ପ୍ରଦାନ କରୁଛି । ଏହା ହେଉଛି ହୋଣ୍ଡାରେ ପ୍ରଥମ ଡିଜେଲ୍‌ ଇିନ୍‌ ଯେଉଁଥିରେ ରହିଛି ଉନ୍ନତ ସିଭିଟି ଏବଂ ଭାରତ ହେଉଛି ପ୍ରଥମ ମାର୍କେଟ୍‌ ଯିଏକି ଏହି ବୈଷୟିକତାକୁ ପ୍ରଥମେ କାଯର୍‌ୟକାରୀ କରୁଛି। ଏହି ଦ୍ୱିତୀୟ ପୀଢ଼ିର ହୋଣ୍ଡା ଆମେଜ୍‌ ହେଉଛି ପ୍ରିମିୟମ୍‌ ସେଡନ୍‌ ଠାରୁ ଗୋଟିଏ ଶ୍ରେଣୀ ଉପରେ। ଏଥିରେ ରହିଛି ଅତୁଳନୀୟ ଡିଜାଇନ୍‌, ଉଚ୍ଚକୋଟୀର ତଥା ପ୍ରଶସ୍ତ ଇଣ୍ଟେରିୟର, ଉନ୍ନତ ଇଂଜିନ୍‌ ପ୍ରଯୁକ୍ତି ଓ ଉଲ୍ଲେଖନୀୟ ଚାଳନା ବୈଶିଷ୍ଟ୍ୟ। ୨୦୧୩ରେ ଭାରତୀୟ ବଜାରରେ ଏହାର ପ୍ରଚଳନ ପରଠାରୁ ଆମେଜ୍‌ ପ୍ରଥମରୁ ଲୋକପ୍ରିୟ ହୋଇଛି ଓ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ୨.୫୭ ଲକ୍ଷ ଗାଡ଼ି ବିକ୍ରି ହୋଇଛି। ଏଚ୍‌ସିଆଇଏଲ୍‌ ଦ୍ୱାରା ପ୍ରସ୍ତୁତ ଆମେଜ୍‌ ହେଉଛି ପ୍ରଥମ ଡିଜେଲ୍‌ ମଡେଲ୍‌। ଏହି କାର୍‌ଟି ହୋଣ୍ଡାର ସର୍ବୋତମ ଜ୍ଞାନକୌଶଳତାକୁ ସମୃଦ୍ଧ ଯାହା ଗାଡ଼ି ଚାଳନାରେ ଏକ ଅତୁଳନୀୟ ଅନୁଭୂତି ପ୍ରଦାନ କରେ।

ସମ୍ବନ୍ଧିତ ଖବର