ହୋଣ୍ଡା ଟୁ-ହ୍ଵିଲର୍ସ ଇଣ୍ଡିଆର ରପ୍ତାନି ୨ ନିୟୁତ ଟପିଲା

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆର ରପ୍ତାନି ୨ ନିୟୁତ ୟୁନିଟ୍‌ ମାଇଲଖୁଣ୍ଟ ଅତିକ୍ରମ କରିଛି। ପ୍ରଥମ ୧ ନିୟୁତ ଗାଡ଼ି ରପ୍ତାନି କରିବା ପାଇଁ ହୋଣ୍ଡାକୁ ୧୪ ବର୍ଷ ସମୟ ଲାଗିଥିଲା। ପରବର୍ତ୍ତି ୧ ଲକ୍ଷ ଗାଡ଼ି ରପ୍ତାନି ପାଇଁ ମାତ୍ର ତିନି ବର୍ଷ ସମୟ ଲାଗିଥିଲା। ଏହି ତିନି ବର୍ଷରେ କମ୍ପାନିର ରପ୍ତାନି ପରିମାଣ ତିନି ଗୁଣା ବଢ଼ିଛି ।

ବିଦେଶରେ ହୋଣ୍ଡା ଗାଡ଼ିର ଚାହିଦା ବଢ଼ିବା ସହିତ କମ୍ପାନିର ରପ୍ତାନି ପରିମାଣ ବଢ଼ିଚାଲିଛି। ୨୦୦୧ରେ କମ୍ପାନି କେବଳ ଆକ୍ଟିଭା ରପ୍ତାନି କରୁଥିଲା। ଏବେ ୧୬ଟି ମଡେଲ୍‌ ରପ୍ତାନି କରୁଛି। ସ୍କୁଟର ରପ୍ତାନିରେ ୬୩% ବଜାର ଅଂଶ ସହ କମ୍ପାନି ଏକ ନମ୍ବର ସ୍ଥାନ ଦଖଲ କରିଛି। ଡିଓ ମଡେଲ୍‌କୁ ସର୍ବାଧିକ ରପ୍ତାନି କରାଯାଉଛି। ଲାଟିନ୍‌ ଆମେରିକା ଓ ସାର୍କ ରାଷ୍ଟ୍ରଗୁଡ଼ିକୁ ହୋଣ୍ଡା ଅଧିକ ଗାଡ଼ି ରପ୍ତାନି କରୁଛି। ଏହି ସଫଳତା ବିଷୟରେ ୟଦବିନ୍ଦର ସିଂହ ଗୁଲେରିଆ, ବରିଷ୍ଠ ଉପସଭାପତି-ବିକ୍ରି ଓ ମାର୍କେଟି, ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ କହିଛନ୍ତି ଯେ, ୨୦୨୦କୁ ଦୃଷ୍ଟିରେ ରଖି ହୋଣ୍ଡା ଟୁ-ହ୍ଵିଲର୍ସ ଇଣ୍ଡିଆ ଗୁଣାତ୍ମକ ମାନ ଓ ପରିମାଣ ଜରିଆରେ ଭାରତ ଓ ବିଶ୍ୱରେ ଅଗ୍ରଣୀ ଭୂମିକା ନେବାକୁ ଚାହୁଁଛି । ସୁଦୃଢ଼ ଘରୋଇ ଚାହିଦା ଯୋଗୁ ହୋଣ୍ଡାର ବିଶ୍ୱ ସ୍ତରୀୟ ଦୁଇ ଚକିଆ ବିକ୍ରି ପ୍ରତି ଭାରତ ଏକ ନମ୍ବର ଯୋଗଦାନ ପ୍ରଦାନ କରୁଛି। ରପ୍ତାନି କ୍ଷେତ୍ରରେ ଆମର ତ୍ରିମୁଖୀ ରଣନୀତି-ନୂତନ ମଡେଲ୍‌ ଉନ୍ମୋଚନ କରିବା, ନୂଆ ବଜାରରେ ପ୍ରବେଶ କରିବା ଓ ପୁରୁଣା ବଜାରକୁ ସୁଦୃଢ଼ କରିବା ଯୋଗୁ ୨ ନିୟୁତ ରପ୍ତାନି ମାଇଲଖୁଣ୍ଟ ହାସଲ ହୋଇପାରିଛି । ହୋଣ୍ଡା  ଟୁ-ହ୍ଵିଲର୍ସର ମେଡ୍‌ ଇନ୍‌ ଇଣ୍ଡିଆ ଗାଡ଼ି ଉପରେ ବିଶ୍ୱାସ ପ୍ରକଟ କରିଥିବାରୁ ଆମେ ଆମର ଗ୍ରାହକ ଓ ବିଜନେସ୍‌ ପାର୍ଟନର୍‌ମାନଙ୍କୁ ଧନ୍ୟବାଦ ଦେଉଛୁ । ହୋଣ୍ଡା ଏବେ ବିଶ୍ୱର ୨୮ଟି ବଜାରକୁ ରପ୍ତାନି କରୁଛି।

ସମ୍ବନ୍ଧିତ ଖବର