ହୋଣ୍ଡାର ନୂଆ ବାଇକ୍‌ ସିବିଆର୬୫୦ଆର୍‌

ଭୁବନେଶ୍ବର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପକ୍ଷରୁ ନୂ୍ଆ ସିବିଆର୍‌୬୫୦ ଆର୍‌ ବାଇକ୍‌କୁ ଉନ୍ମୋଚନ କରାଯାଇଛି। ଏହା ସହିତ ଏହି ବାଇକ୍‌ର ବୁକିଙ୍ଗ୍‌ ମଧ୍ୟ ଆରମ୍ଭ ହୋଇଛି। ଭୁବନେଶ୍ବର ପିଜିଏଲ୍‌ ରାମ୍‌ଜୀ ମୋଟର୍ସ ଠାରେ ଗ୍ରାହକମାନେ ୧୫ ହଜାର ଟଙ୍କା ଦେଇ ଏହି ବାଇକ୍‌ର ବୁକିଙ୍ଗ କରିପାରିବେ। ଏହାର ମୂଲ୍ୟ ୮ ଲକ୍ଷ ଟଙ୍କାରୁ କମ୍ ରହିଛି। ଏଥିରେ ଚାରି ସିଲିଣ୍ଡର୍‌ ବିଶିଷ୍ଟ ଇଞ୍ଜିନ, ଫୁଲ୍‌ ଏଲ୍‌ଇଡି ଲାଇଟ୍ ଆଉଟ୍‌ ଲାଇନ୍‌ ଭଳି ବୈଶିଷ୍ଟ୍ୟ ରହିଛି। ନୂତନ ବାଇକ୍ ସମ୍ପର୍କରେ କଂପାନିର ଉପସଭାପତି (ବିକ୍ରି ଓ ମାର୍କେଟିଂ) ଯଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି ଯେ, ସିବି୩୦୦ଆର୍‌ ଉନ୍ମୋଚନ ହେବା ଦୁଇ ସପ୍ତାହ ହୋଇନଥିବା ବେଳେ କଂପାନି ଗର୍ବର ସହିତ ଆଉ ଏକ ଶକ୍ତିଶାଳୀ ବାଇକ୍ ସିବିଆର୍‌୬୫୦ଆର୍‌କୁ ଭାରତରେ ଉନ୍ମୋଚନ କରିଛି।

ସମ୍ବନ୍ଧିତ ଖବର