ହଷ୍ଟନ: ହାଓଡି ମୋଦୀ କାର୍ଯ୍ୟକ୍ରମ ଲାଗି ଯୁକ୍ତରାଷ୍ଟ୍ର ଆମେରିକାର ସହର ହଷ୍ଟନରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବୈଠକରେ ଦୁନିଆର ୧୭ଟି ପ୍ରମୁଖ ଶକ୍ତି କଂପାନିର ସିଇଓଙ୍କୁ ଭେଟିଛନ୍ତି। ଶକ୍ତି କ୍ଷେତ୍ରରେ ଦୁଇ ଦେଶ ଭିତରେ କିଭଳି ସହଯୋଗ ବୃଦ୍ଧି ପାଇବ ସେ ନେଇ ଉକ୍ତ ବୈଠକରେ ଆଲୋଚନା ହୋଇଥିଲା। ବୈଠକ ପରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଥିଲେ, ହୁଷ୍ଟନକୁ ଆସିବା ଏବଂ ଶକ୍ତି ବିଷୟରେ ଆଲୋଚନା ନକରିବା ପ୍ରାୟ ଅସମ୍ଭବ। ଶକ୍ତି କ୍ଷେତ୍ରର ସିଇଓମାନଙ୍କ ସହିତ ବହୁତ ଭଲ ଆଲୋଚନା ହୋଇଛି। ଶକ୍ତି କ୍ଷେତ୍ରରେ ରହିଥିବା ସୁଯୋଗକୁ ରୁଦ୍ଧିମନ୍ତ କରିବା ଲାଗି ଆମେ ଆଲୋଚନା କରିଥିଲୁ ବୋଲି ପ୍ରଧାନମନ୍ତ୍ରୀ ଲେଖିଛନ୍ତି। ଯେଉଁ ୧୭ଟି ବଡ଼ ଶକ୍ତି କଂପାନି ଏହି ବୈଠକରେ ଭାଗ ନେଇଥିଲେ ସେମାନେ ଭାରତ ସମେତ ୧୫୦ରୁ ଅଧିକ ଦେଶରେ କାରବାର କରୁଛନ୍ତି ବୋଲି ବୈଦେଶିକ ବ୍ୟାପାର ସଚିବ ରଭିଶ କୁମାର କହିଛନ୍ତି। ଏହି ଅବସରରେ ଆମେରିକାର ବୃହତ ପ୍ରାକୃତିକ ଗ୍ୟାସ୍ କଂପାନି ତେଲୁରିଆନ୍ ଏବଂ ଭାରତର ପେଟ୍ରୋନେଟ୍ ଏଲ୍ଏନ୍ଜି ଲିମିଟେଡ୍ ମଧ୍ୟରେ ଏକ ଏମ୍ଓୟୁ ସ୍ବାକ୍ଷରିତ ହୋଇଛି। ବୁଝାମଣା ଅନୁସାରେ ତେଲୁରିଆନ୍ର ଡ୍ରିଫ୍ଟଉଡ୍ ଏଲ୍ଏନ୍ଜି ଏକ୍ସପୋର୍ଟ ଟର୍ମିନାଲ୍ରେ ପେଟ୍ରୋନେଟ୍ ୨୫୦ କୋଟି ଡଲାର ନିବେଶ କରିବ। ଏହା ବଦଳରେ ତେଲୁରିଆନ୍ ଆସନ୍ତା ୪୦ ବର୍ଷ ପର୍ଯ୍ୟନ୍ତ ପ୍ରତିବର୍ଷ ପେଟ୍ରୋନେଟ୍କୁ ୫ ନିୟୁତ ଟନ୍ ଏଲ୍ଏନ୍ଜି ଯୋଗାଇଦେବ।
ହଷ୍ଟନରେ ୧୭ ଶକ୍ତି କଂପାନି ସିଇଓଙ୍କୁ ଭେଟିଲେ ମୋଦୀ
/sambad/media/post_attachments/wp-content/uploads/2019/09/PMModiMeeting-800x500-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)