ସରକାରଙ୍କ ଟଙ୍କାଟିଏ ଆୟ ଓ ଟଙ୍କାଟିଏ ବ୍ୟୟ

ଆଜି ଲୋକସଭାରେ ମୋଦି ସରକାର ନିଜର କାର୍ଯ୍ୟକାଳର ଶେଷ ବଜେଟ ଆଗତ କରିଛନ୍ତି । ଆଗାମୀ ନିର୍ବାଚନରେ ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ଏହି ମଧ୍ୟବର୍ତ୍ତିକାଳୀନ ବଜେଟରେ ବିଭିନ୍ନ ପଦକ୍ଷେପ ନିଆଯାଇଛି । କୃଷକ, ମଧ୍ୟବିତ୍ତ ଓ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ଘୋଷଣା କରାଯାଇଛି । କିନ୍ତୁ ସରକାରଙ୍କ ଏସବୁ ଲୋକ ଲୋଭନୀୟ ଯୋଜନା ଦ୍ୱାରା ସରକାରଙ୍କ ଆୟବ୍ୟୟ ଗୋଳମାଳ ହେବନି ତ ? ବଜେଟରେ ସରକାରଙ୍କ ଆୟବ୍ୟୟ ହିସାବକୁ ଦେଖିଲେ ଜଣାପଡେ ଯେ ପ୍ରତି ଟଙ୍କାଟିଏ ଆୟ ପାଇଁ ସରକାରଙ୍କୁ ପ୍ରାୟ ୧୯ ପଇସା କରଜ କରିବାକୁ ପଡିବ । ସେହିପରି ଏହି ଟଙ୍କାଟିଏ ମଧ୍ୟରୁ ଜିଏସଟି ଟିକସ ବାବଦରେ ସର୍ବାଧିକ ୨୧ ପଇସା ପାଇବେ । ଆସନ୍ତୁ ଜାଣିବା ସରକାର ଟଙ୍କାଟିଏ କିପରି ଆସେ ଓ ଟଙ୍କାଟିଏ କିପରି ବ୍ୟୟ ହୁଏ।

 

 

 

ସମ୍ବନ୍ଧିତ ଖବର