ଆଜି ବି କମିଲା ତେଲଦର, କିପରି ଜାଣିବେ ଆପଣଙ୍କର ସହରର ପେଟ୍ରୋଲ,ଡିଜେଲ ଦର, ଜାଣନ୍ତୁ

ଭୁବନେଶ୍ୱର : ଦୀପାବଳୀ ପୂର୍ବଦିନ ମଧ୍ୟ ତେଲଦର ହ୍ରାସ ପାଇଛି । ଆଜି ପେଟ୍ରୋଲ ଓ ଡିଜେଲ ଦର ୧୪ ପଇସା ଓ ୯ ପଇସା ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ତେଲଦର ହ୍ରାସ ପାଇବା ଯୋଗୁଁ ଦେଶରେ ତେଲ କମୁଛି । ଅନ୍ତର୍ଜାତୀୟ ବଜାରରେ ଅକ୍ଟୋବର ପ୍ରଥମ ସପ୍ତାହରେ ଅଶୋଧିତ ତେଲ ଦର ୮୪ ଡଲାର ଟପିଯାଇଥିବାବେଳେ ଏବେ ତାହା ୭୨ ଡଲାରକୁ ଖସିଆସିଛି ।

ଆଜିର ଏହି ହ୍ରାସ ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୮.୪୨ ଓ ଡିଜେଲ ଦର ଲିଟର ପିଛା ଟ.୭୩.୦୭ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଦରଠାରୁ ଡିଜେଲ ଦର ଏବେ ବି ଅଧିକ ରହିଛି । କିନ୍ତୁ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୮୦ ତଳକୁ ଖସିଆସିଛି । ଭୁବନେଶ୍ୱରରେ ପେଟ୍ରୋଲ ଟ.୭୭.୨୯ ଓ ଡିଜେଲ ୭୮.୪୨ ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ । ତେବେ କିପରି ଜାଣିବେ ଆପଣଙ୍କ ସହରର ପେଟ୍ରୋଲ ଓ ଡିଜେଲ ଦର ? ଏଥିପାଇଁ ଆପଣଙ୍କୁ ଇଣ୍ଡିଆନ ଅଏଲର େଓ୍ଵବସାଇଟ ଯାଇ ସେଠୁ ଦେଶର ପ୍ରତି ସହର/ଜିଲ୍ଲାର ପେଟ୍ରୋଲ ଓ ଡିଜେଲ ଦର ଜାଣିପାରିବେ । ଅଥବା ଆପଣ ସିଧାସଳଖ ଏହି  https://associates.indianoil.co.in/PumpLocator/ ଲିଙ୍କରେ କ୍ଲିକ କରି ନିଜ ସହରର ଲେଖି ଦର ପାଇପାରିବେ ।

ସମ୍ବନ୍ଧିତ ଖବର