ହ୍ଵାଟସ୍‌ ଆପରେ କେମିତି କରିବେ ମେସେଜିଙ୍ଗ ସିଡ୍ୟୁଲ୍‌ ଜାଣନ୍ତୁ 

ନୂଆଦିଲ୍ଲୀ: ପୋଷ୍ଟ ସିଡ୍ୟୁଲ୍‌ କରିବା ଅପସନ୍‌ ବହୁତ ପୂର୍ବରୁ ଫେସବୁକ୍‌ରେ ଅଛି । ହ୍ଵାଟସ୍‌ଆପ୍‌ ଏବଂ ଫେସବୁକ୍‌ କମ୍ପାନି ନିଜର ଆପ୍‌କୁ ଡେକ୍ସଟପ୍‌ ପ୍ଲାଟଫର୍ମରେ ଚଳାଇବାର ସୁବିଧା ବହୁତ ପୂର୍ବରୁ ଦେଇଛି।  ଯଦ୍ୱାରା ୟୁଜର୍ସ ନିଜ ପେଜରେ କୈାଣସି ବି ପ୍ରକାରର ପୋଷ୍ଟ ଅର୍ଥାତ୍‌ ମେସେଜ୍‌, ଫଟୋ ଏବଂ ଭିଡିଓକୁ କୌଣସ ବି ଦିନ ଏବଂ ସମୟରେ ସିଡ୍ୟୁଲ କରିପାରିବେ । ଏହି ଫିଚର୍ସର ଫାଇଦା ଏହା ଯେ ଆପଣ ଗୋଟିଏ ଦିନରୁ ଆରମ୍ଭ କରି ଗୋଟିଏ ସପ୍ତାହ ବା ଗୋଟିଏ ମାସ ପରେ ବି କୌଣସି ତାରିଖରେ ଏବଂ ସମୟରେ ନିଜର ପୋଷ୍ଟ ସିଡ୍ୟୁଲ କରିପାରିବେ । ଏହି ଉପାୟରେ ଆପଣ ପୋଷ୍ଟ ଭୁଲନ୍ତିନି ଓ ନିଜର ସୁବିଧାନୁସାରେ ମନଇଚ୍ଛା ନିର୍ଦ୍ଧାରିତ ସମୟ ପାଇଁ ନିଜର ପୋଷ୍ଟ ଦେଇପାରିବେ ।

ତେବେ ଆସନ୍ତୁ ଜାଣିବେ ହ୍ଵାଟସ୍‌ ଆପରେ କେମିତି କରିବେ ମେସେଜିଙ୍ଗ ସିଡ୍ୟୁଲ୍‌

ଏବେ ଏକ ଏମିତି ବ୍ୟବସ୍ଥା ଆସିଛି, ଯାହା ଦ୍ୱାରା ଆଣ୍ଡ୍ରଏଡ ୟୁଜର୍ସ ଏବେ ହ୍ଵାଟସ୍‌ ଆପରେ ବି ମେସେଜକୁ ସିଡ୍ୟୁଲ କରିପାରିବେ । ଏହି ବ୍ୟବସ୍ଥାର ନାମ ହେଲା SQEDit or even gbwhatsapp। ଏହା ହେଉଛି ସେହି ଆଣ୍ଡ୍ରଏଡ ଆପ୍‌ ଯାହା ଦ୍ୱାରା ହ୍ଵାଟସଆପରେ ମେସେଜ୍‌ ସିଡ୍ୟୁଲ କରାଯାଇପାରିବ ।

SQEDit or even gbwhatsapp ନାମକ ଏହି ଆପ୍‌ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରାଯାଇପାରିବ। ସ୍ମାର୍ଟ ଫୋନରେ ଏହି ଆପ୍‌କୁ ଡାଉନଲୋଡ ଓ ଇନଷ୍ଟଲ କରିବା ପରେ ଆପଣଙ୍କୁ ଏହି ଆପ୍‌ରେ ନିଜର ଜିମେଲ୍‌ ବା ଫେସବୁକ୍‌ ଆଇଡିରେ ଲଗଇନ୍‌ କରିବାକୁ ପଡିବ । ଲଗଇନ୍‌ କରିବା ପରେ ଆପଣଙ୍କୁ ଆପ୍‌ ୱିଣ୍ଡୋ ତଳେ ହ୍ଵାଟସ୍‌ ଆପ୍‌ ଆଇକନ ଦେଖାଯିବ । ତା’ ପରେ ସେଇଠି ଟ୍ୟାପ କରନ୍ତୁ । SQEDit or even gbwhatsapp ଆପ୍‌ ଆପଣଙ୍କୁ ହ୍ଵାଟସ୍‌ ଆପ ଆକାଉଣ୍ଟରେ ପ୍ରବେଶ କରିବାକୁ ଅନୁମତି ମାଗିବ । ଏହାକୁ ଆପଣଙ୍କୁ ଅନୁମୋଦନ କରିବାକୁ ପଡିବ, ତେବେ ଆପଣ ହ୍ଵାଟସ୍‌ ଆପରେ ସିଡ୍ୟୁଲ ମେସେଜ୍‌ର ଅପସନ ବ୍ୟବହାର କରିପାରିବେ ।

 

ସମ୍ବନ୍ଧିତ ଖବର