ହ୍ଵାଟସ୍‌ ଆପ୍‌ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର, ଏଣିକି ଆପଣଙ୍କୁ ଚାଟ ବେଳେ ମିଳିବ ଏହି ଅପସନ୍‌

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ହ୍ଵାଟସ୍‌ଆପ୍‌ରେ କଥାବାର୍ତ୍ତା ହେବା ଏକ ଗୁରୁତ୍ୱପୂର୍ଣ୍ଣ ଜରିଆ ବନିଛି। ଦିନକୁ ଦିନ ହ୍ଵାଟସ୍‌ ଆପ୍‌ର ଚାହିଦା ବଢ଼ିବାକୁ ଲାଗିଛି, ଏହାକୁ ଦୃଷ୍ଟିରେ ରଖି ହ୍ଵାଟସ୍‌ଆପ୍‌ ଲଗାତାର ଭାବେ ନିଜର ଫିଚର ରେ ପରିବର୍ତ୍ତନ କରୁଛି। ନିକଟରେ ମିଥ୍ୟା ଖବରକୁ ରୋକିବା ପାଇଁ ହ୍ଵାଟସ୍‌ଆପ୍‌ ପଦକ୍ଷେପ ନେଇଛି। ତେବେ ଏଣିକି ହ୍ଵାଟସ୍‌ ଆପ୍‌ରେ ଚାଟ କରିବା ବଦଳରେ ୧୦ଟି ଆଞ୍ଚଳିକ ଭାଷା ବି ଉପଳବ୍ଧ ରହିଛି। ଏଥିରେ ଇଂରାଜୀ, ହିନ୍ଦୀ, ବଙ୍ଗାଳୀ, ପଞ୍ଜାବୀ, ତେଲୁଗୁ, ମରାଠୀ, ତାମିଲ, ଊର୍ଧୁ, ଗୁଜରାଟୀ, କନ୍ନଡ ଓ ମାଲ୍ୟାଲମ୍‌ ସାମିଲ ରହିଛି।

୫ଷ୍ଟେପ୍‌ରେ ଜାଣନ୍ତୁ କେମିତି କରିବେ ଭାଷା ପରିବର୍ତ୍ତନ

୧. ନିଜର ହ୍ଵାଟସ୍‌ ଆପ୍‌ ଖୋଲନ୍ତୁ
୨. ମ୍ୟାନୁ ବଟନ୍‌କୁ ଯାଆନ୍ତୁ
୩. ଏହାପରେ ସେଟିଂକୁ ଖୋଲନ୍ତୁ
୪. ଚାଟ ଅପସନ୍‌କୁ ଯାଇ, ଓପନ୍‌ ଆପ୍‌ ଲାଙ୍ଗୁଏଜ ସିଲେକ୍ଟ କରନ୍ତୁ
୫. ଏଠାରେ ଏବେ ଆପଣଙ୍କ ଭାଷାକୁ ବାଛି ପାରିବେ

ସମ୍ବନ୍ଧିତ ଖବର