ଫୋନ୍‌ ବ୍ୟାଟେରି କେବେ, କେମିତି ଓ କେତେ ଚାର୍ଜ କରିବେ ଜାଣନ୍ତୁ, ଏପରି ନକଲେ ଅସୁବିଧାରେ ପଡ଼ି ପାରନ୍ତି

ନୂଆଦିଲ୍ଲୀ: ମୋବାଇଲ ବ୍ୟାଟେରୀ ଫାଟି କେତେ ଅନେକଙ୍କ ଜୀବନ ଚାଲି ଯାଇଥିବା କଥା ଆମେ ଶୁଣିଛେ। ସ୍ମାର୍ଟଫୋନ୍‌ର ବ୍ୟାଟେରି ସାଇନ୍ସ ମୁତାବକ କେବେ, କେମିତି ଓ କେତେ ଚାର୍ଜ କଲେ ବ୍ୟାଟେରୀ ଅଧିକ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରହିବ ସେ ସମ୍ପର୍କ କହିଛି। ତେବେ ଆସନ୍ତୁ ଜାଣିବା ଫୋନ୍‌ ବ୍ୟାଟେରୀକୁ କେବେ, କେମିତି ଓ କେତେ ଚାର୍ଜ କରିବା

ଲୋକମାନଙ୍କ ମନରେ ଏଭଳି ଧାରଣା ଅଛି କି ଫୋନ୍‌କୁ ସେତେବେଳେ ଯାଇ ଚାର୍ଜ କରିବା ଯେତେବେଳ ଫୋନ୍‌ରୁ ଚାର୍ଜ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯିବ। ସେହିପରି ବାରମ୍ବାର ଚାର୍ଜ କରିବା ଦ୍ୱାରା ବି ବ୍ୟାଟେରି ଖରାପ ହୋଇଯାଇଥାଏ ବୋଲି ଭାବି ଥାଉ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ ଅଟେ। ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ସ୍ମାର୍ଟଫୋନ୍‌ ବ୍ୟାଟେରି ଦୀର୍ଘ ସମୟ ପର୍ଯ୍ୟନ୍ତ ରହୁ ତେବେ ଏଥିପାଇଁ କେତେଟି ବିଶେଷ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ।

ବ୍ୟାଟେରୀ ୟୁନିଭର୍ସିଟି ମୁତାବକ, ଫୋନ୍‌ର ବ୍ୟାଟେରୀ ଫୁଲ ଚାର୍ଜ ହେବା ପରେ ତାହାକୁ ଚାର୍ଜିଂ ପଏଣ୍ଟରେ ଲାଗି ରହିବାକୁ ଦିଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ବ୍ୟାଟେରି ଖୁବ୍‌ ଅଳ୍ପ ଦିନ ଭିତରେ ଖରାପ ହୋଇଯାଇଥାଏ।

ସେହିପରି ଫୋନ୍‌ର ବ୍ୟାଟେରୀକୁ ଫୁଲ ଚାର୍ଜ କଦାବି କରନ୍ତୁ ନାହିଁ। ବ୍ୟାଟେରିକୁ ଫୁଲ ଚାର୍ଜ କଲେ ଏହା ଆଗକୁ ଖରାପ ହୋଇଯିବାର ସମ୍ଭାବନା ରହିଛି। ମନେ ରଖନ୍ତୁ ବ୍ୟାଟେରିକୁ ସର୍ବଦା ୯୦ପ୍ରତିଶତ ପର୍ଯ୍ୟନ୍ତ ହିଁ ଚାର୍ଜ କରନ୍ତୁ। ସେହିପରି ବ୍ୟାଟେରି ୧୦ ପ୍ରତିଶିତ ଥିବା ବେଳେ ଚାର୍ଜରେ ବସାନ୍ତୁ। ସବୁବେଳେ ସ୍ମାର୍ଟଫୋନକୁ ଥଣ୍ଡା ରଖିବାକୁ ଚେଷ୍ଟା କରନ୍ତୁ। ସ୍ମାର୍ଟଫୋନ୍‌ରେ କଭର ଲଗାନ୍ତୁ ନାହିଁ। ଯଦି ଫୋନ୍‌ ଗରମ ହୋଇଯାଏ ଏହାର ସିଧା ପ୍ରଭାବ ବ୍ୟାଟେରି ଉପରେ ହିଁ ପଡ଼ିଥାଏ।

ମୋବାଇଲ ଫୋନ୍‌ ୟୁଏସବି ପୋର୍ଟ ବଦଳରେ ବିଜୁଳି ଦ୍ୱାରା ଶୀଘ୍ର ଚାର୍ଜ ହୋଇଯାଇଥାଏ। ଉଦାହାରଣ ସ୍ୱରୂପ, ଆପେଲ ଫୋନ୍‌ ପାଇଁ କମ୍ପାନି କହି ରଖିଥାଏ କି ମୋବାଇଲ ଫୋନ୍‌ ଆଡପ୍ଟର ସହିତ ମିଳିଥିବା ୟୁଏସବି କେବୁଲ ଜରିଆରେ ବିଜୁଳି ପଏଣ୍ଟରୁ ହିଁ ଚାର୍ଜ କରନ୍ତୁ। ସମସ୍ତ ଚାର୍ଜର ଦଖିବାକୁ ଏକା ଭଳି ହୋଇଥିଲେ ହେଁ, ସମସ୍ତଙ୍କ କାମ ଭିନ୍ନ ରହିଥାଏ। ତେଣୁ ସର୍ବଦା ଯେଉଁ କମ୍ପାନିର ଫୋନ୍‌ ବ୍ୟବହାର କରୁଛନ୍ତି ସେହି କମ୍ପାନିର ହିଁ ଚାର୍ଜର ଜରିଆରେ ଫୋନ୍‌ ଚାର୍ଜ କରନ୍ତୁ। ଏହା ସୁରକ୍ଷିତ ରହିବା ସହିତ ଅଧିକ ଦିନ ପର୍ଯ୍ୟନ୍ତ ବ୍ୟାଟେରି ଚାଲିଥାଏ।

ସମ୍ବନ୍ଧିତ ଖବର