ଏଚ୍‌ପିସିଏଲ୍‌ ନିର୍ଦେଶକଙ୍କୁ ଶ୍ରେଷ୍ଠ ସିଏଫ୍‌ଓ ପୁରସ୍କାର

ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ତୈଳ କଂପାନି ଏଚ୍‌ପିସିଏଲ୍‌ର ନିର୍ଦେଶକ ଜେ ରାମସ୍ୱାମୀଙ୍କୁ ୟେସ ବ୍ୟାଙ୍କ-ବିଜନେସ୍‌୍‌ଓ୍ଵାର୍ଲଡ୍‌ ଶ୍ରେଷ୍ଠ ସିଏଫ୍‌ଓ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ଏହି ପୁରସ୍କାର ଦିଆଯାଇଛି। ବିତ୍ତ ପରିଚାଳନା କ୍ଷେତ୍ର ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯାଇଛି। କଂପାନିର କାର୍ଯ୍ୟକାରୀ ପୁଞ୍ଜି ପରିଚାଳନା ଓ ଲିକ୍ୱିଡିଟି ନିୟନ୍ତ୍ରଣରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି।

ସମ୍ବନ୍ଧିତ ଖବର