ଏଚ୍‌ପିର ନୂଆ ଷ୍ଟୋର୍‌ ଉଦ୍‌ଘାଟିତ

ଭୁବନେଶ୍ୱର: ସହିଦନଗରଠାରେ ଏଚ୍‌ପି ଇଣ୍ଡିଆର ନୂଆ ଷ୍ଟୋର୍‌ ଉଦ୍‌ଘାଟିତ ହୋଇଛି। ଏହାକୁ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଉଦ୍‌ଘାଟନ କରିଛନ୍ତି। ଏଠାରେ ଏଚ୍‌ପିର ଲାପଟପ୍‌, ଡେସ୍କଟପ୍‌, ପ୍ରିଣ୍ଟର ଆଦି ବିକ୍ରି କରାଯାଉଛି। ଏହି ଅବସରରେ ଏଇଟଥ୍‌ ଓ୍ଵାଣ୍ଡର୍‌ର ମୁଖ୍ୟ ରବି ଦେଓ୍ଵାନ, ଓଲିଉଡ୍‌ ଅଭିନେତା ଶୁଭାଶିଷ୍‌ ଶର୍ମା, ଏଚ୍‌ପିର ଦିନେଶ ତରାଇ ଓ ସୁଜିତ କୁମାର ଦାସ ଓ କର୍ପୋରେଟର ଶାସ୍ୱତୀ ମିଶ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର