ଏଚଟିସି ପକ୍ଷରୁ ନୂଆ ୟୁ୧୧ ଆଇ ସ୍ମାର୍ଟଫୋନ

ନୂଆଦିଲ୍ଲୀ: ତାଇଓ୍ଵାନର ସ୍ମାର୍ଟଫୋନ ନିର୍ମାତା କମ୍ପାନି ଏଚଟିସି ପକ୍ଷରୁ ୟୁ୧୧ ଆଇ ସ୍ମାର୍ଟଫୋନ ଲଞ୍ଚ୍‌ କରାଯାଇଛି । ଏହାର ମୁଖ୍ୟ ବିଶେଷତ୍ୱ ହେଉଛି ଡୁଆଲ ସେଲଫି କ୍ୟାମେରା ଓ ବଡ଼ ବ୍ୟାଟେରୀ । ସେଲଫି ପ୍ରେମୀମାନଙ୍କ ପାଇଁ ଏହା ବେଶ ଉପଯୋଗୀ ହୋଇପାରିବ । ଏହି ସ୍ମାର୍ଟଫୋନଟି ଏବେ ତାଇଓ୍ଵାନ ଓ ଚୀନରେ ଲଞ୍ଚ୍‌ ହୋଇଥିବାବେଳେ ଆଗାମୀ ଦିନରେ ଭାରତ ଓ ବିଶ୍ୱର ଅନ୍ୟ ବଜାରରେ ଲଞ୍ଚ୍‌ କରାଯିବ ।

ଏଥିରେ ରହିଛି ୬ ଇଞ୍ଚ୍‌ ଡିସପ୍ଲେ, ଗୋରିଲା ଗ୍ଲାସ୍‌ ୩ ପ୍ରୋଟେକ୍ସନ ଓ୧୮.୯ର ଆସପେକ୍ଚ ରେସିଓ । ଏହା ଆଣ୍ଡ୍ରଏଡ୍‌ ୭.୧ ନୋଗାଟ୍‌ ଦ୍ୱାରା ପରିଚାଳିତ । ଏଥିରେ ଲାଗିଛି ୬୪ ବିଟ୍‌ ଅକ୍ଟୋ-କୋର କ୍ୱାଲକମ ସ୍ମାର୍ଟଡ୍ରାଗନ ୬୫୨ ଚିପ ସେଟ୍‌ ଓ ୪ଜିବି ର‍୍ୟାମ୍‌ ।

ଏହି ଫୋନର ସବୁଠାରୁ ଆକର୍ଷଣୀୟ ଫିଚର ହେଉଛି ଏହାର ଶକ୍ତିଶାଳୀ କ୍ୟାମେରା । ଏଥିରେ ଲାଗିଛି ୧୨ ଅଲଟ୍ରାପିକ୍ସେଲ୍‌ ରିଅର ସେନସର କ୍ୟାମେରା, ଡୁଆଲ ଏଲଇଡି ଫ୍ଲାସ୍‌ । ଏହାର ସାମନା ପଟେ ରହିଛି ୨ଟି କ୍ୟାମେରା । ଏହି ହ୍ୟାଣ୍ଡସେଟ୍‌ଟି ୬୪ ଜିବି ଷ୍ଟେରେଜ ରହିଛି ଓ ଏହାକୁ ୨ ଟିବି ପର୍ଯ୍ୟନ୍ତ ବଢାଇହେବ । ଏହା ମଧ୍ୟ ଏଚଟିସି ୟୁସୋନିକ୍‌ ଅଡିଓ ଟେକନଲୋଜୀ ସହ ଆସୁଛି । ଏହା ଦ୍ୱାରା ନଏଜ ରିଡକ୍ସନ ସହ ସ୍ପଷ୍ଟ ମ୍ୟୁଜିକ ଶୁଣିହେବ । ଏହାର ବ୍ୟାଟେରୀ ୪ ହଜାର ଏମଏଏଚ ବିଶିଷ୍ଟ ।

ସମ୍ବନ୍ଧିତ ଖବର