ଭାରତ ବଜାରରେ ପ୍ରବେଶ କଲା ୪ଟି କ୍ୟାମେରା ଥିବା ଦୁଇଟି ନୂଆ ସ୍ମାର୍ଟଫୋନ୍‌, ମୂଲ୍ୟ କେତେ ଜାଣନ୍ତୁ

ନୂଆଦିଲ୍ଲୀ: ହୁଆଇ ଗୁରୁବାର ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିଜର ହୁଆଇ ନୋଭା ୩ ଓ ହୁଆଇ ନୋଭା ୩ଆଇ ଦୁଇଟଇ ନୂଆ ସ୍ମାର୍ଟଫୋନ୍‌ ଲଞ୍ଚ କରିଛି। ଏହି ଫୋନ୍‌ରେ ନାଚ୍‌ ଡିସ୍‌ପ୍ଲେ ଡିଜାଇନ ଓ ଫ୍ରଣ୍ଟ ଏବଂ ରିୟରରେ ଏଆଇ ଫିଚର୍ସ ସହିତ ଡୁଆଲ କ୍ୟାମେରା ସେଟଅପ ଦିଆଯାଇଛି। ଏହି ସ୍ମାର୍ଟଫୋନ୍‌କୁ ନେଇ ପୂର୍ବରୁ ବି ଏକ ଖୁଲାସା କରାଯାଇ ଥିଲ ଏବଂ ଏକ୍ସକ୍ଲୁସିଭ୍‌ ଆକାରରେ କମ୍ପାନି ଅନ୍‌ଲାଇନ୍‌ ରିଟେଲ ପାର୍ଟନର ଆମଜନ୍‌ ଇଣ୍ଡିଆରେ ଉପଲବ୍ଧ କରାଇଥିଲା।

ହୁଆଇ ନୋଭା ୩ଆଇରେ କିରିନ ୭୧୦ ପ୍ରୋସେସର ଓ ୩୩୪୦ ଏମଏଏଚ ବ୍ୟାଟେରି ରହିଛି। ସେହିପରି ନୋଭା ୩ରେ ହାଇସିଲିକାନ କିରିନ ୯୭୦ ପ୍ରୋସେସର ୩୭୫୦ ଏମଏଏଚ ବ୍ୟାଟେରି ଦିଆଯାଇଛି।

ହୁଆଇ ନୋଭା ୩ ଓ ନୋଭା ୩ଆଇର ମୂଲ୍ୟ କେତେ ରହିଛି ଜାଣନ୍ତୁ

ହୁଆଇ ନୋଭା ୩ରେ ୬ଜିବି ରେମ୍‌ ଓ ୧୨୮ ଜିବି ଷ୍ଟୋରେଜ ଓ୍ଵାରେଣ୍ଟିର ମୂଲ୍ୟ ୩୪,୯୯୯ଟଙ୍କା ରହିଛି। ଏହା ଅଗଷ୍ଟ ୨୩ରୁ ଆମାଜନ୍‌ ଇଣ୍ଡିଆରେ ଉପଳବ୍ଧ ହେବ। ନୋଭା ୩ ଆଇରେ ୪ଜିବି ରେମ୍‌ ଓ ୧୨୮ଜିବି ଷ୍ଟୋରେଜ ଓ୍ଵାରେଣ୍ଟିର ମୂଲ୍ୟ ୨୦,୯୯୦ ଟଙ୍କା ରହିଛି। ଏହାର ବିକ୍ରି ଆମାଜନ୍‌ ଇଣ୍ଡିଆରେ ଅଗଷ୍ଟ ୭ରୁ ଆରମ୍ଭ ହେବ। ଦୁଇଟି ସ୍ମାର୍ଟଫୋନ୍‌ର ପ୍ରି-ବୁକିଂ ଗୁରୁବାର ଦ୍ୱିପହର ୨ଟାରୁ ଆରମ୍ଭ ହୋଇଗଲାଣି।

ସମ୍ବନ୍ଧିତ ଖବର