ହୁଣ୍ଡାଇ କାର୍‌ ବିକ୍ରିରେ ୬% ବୃଦ୍ଧି

ନୂଆଦିଲ୍ଲୀ: ହୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ ଚଳିତବର୍ଷ ଏପ୍ରିଲରେ ମୋଟ ୫୯,୭୪୪ ୟୁନିଟ୍‌ କାର ବିକ୍ରି କରିଛି। ଏହା ମଧ୍ୟରୁ କମ୍ପାନି ଘରୋଇ ବଜାରରେ ୪୬,୭୩୫ ୟୁନିଟ କାର ବିକ୍ରି କରିଥିବାବେଳେ ୧୩,୦୦୯ଟି କାର ରପ୍ତାନି କରିଛି। ଘରୋଇ କାର ବିକ୍ରିରେ କମ୍ପାନି ଗତବର୍ଷ ଏପ୍ରିଲ ତୁଳନାରେ ୪.୪% ବୃଦ୍ଧି ହାସଲ କରିଥିବା ବେଳେ ରପ୍ତାନିରେ ୧୨% ଏବଂ ମୋଟ ଉପରେ ୬% ବିକ୍ରି ଅଭିବୃଦ୍ଧି ହାସଲ କରିଛି। କମ୍ପାନିର ଏହି ବିକ୍ରିରେ ଗ୍ରାଣ୍ଡ୍‌ ଆଇ୧୦, ଇଲାଇଟ୍‌ ଆଇ୨୦, ନେକ୍ସଟ ଜେନ୍‌ ଭର୍ଣ୍ଣା ଏବଂ କ୍ରେଟାର ଯୋଗଦାନ ୭୯% ରହିଛି ବୋଲି କମ୍ପାନିର ନିର୍ଦେଶକ (ବିକ୍ରି ଏବଂ ବିପଣନ) ରାକେଶ ଶ୍ରୀବାସ୍ତବ କହିଛନ୍ତି।

ସମ୍ବନ୍ଧିତ ଖବର