ହୁଣ୍ଡାଇ ଭର୍ଣ୍ଣାକୁ ‘ଆଇକୋଟି-୨୦୧୮’ ପୁରସ୍କାର

ନୂଆଦିଲ୍ଲୀ: ହୁଣ୍ଡାଇର ପରବର୍ତି ପିଢ଼ିର ଭର୍ଣ୍ଣାକୁ ୨୦୧୮ର ‘ଇଣ୍ଡିଆନ୍‌ କାର୍‌ ଅଫ୍‌ ଦିନ ଇୟର (ଆଇକୋଟି)’ ୨୦୧୮ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାରକୁ କଂପାନିର ଏମ୍‌ଡି ଓ ସିଇଓ ଓ୍ଵାଇ କେ କୋ, ଇଡି ଏସ୍‌ ଜେ ହା ଏବଂ ନିର୍ଦେଶକ ରାକେଶ ଶ୍ରୀବାସ୍ତବ ଗ୍ରହଣ କରିଛନ୍ତି। ଏହି ପୁରସ୍କାର ପାଇଁ କଂପାନିର ଏମ୍‌ଡି ଶ୍ରୀ କୁ ସମସ୍ତ ଗ୍ରାହକ, ପାର୍ଟନରଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। ଏହି ପୁରସ୍କାର ପାଇଥିବାରୁ ଜେକେ ଟାୟାରର ଅଧ୍ୟକ୍ଷ ଡକ୍ଟର ରଘୁପତି ସିଂଘାଣିଆ ଏବଂ ଆଇକୋଟିର ପ୍ରତିଷ୍ଠାତା ସଦସ୍ୟ ବବ୍‌ ରୁପାନି ହୁଣ୍ଡାଇକୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର