‘ମୁଁ ରାଜନୀତିର ଶିକାର ହୋଇଛି’

ନୂଆଦିଲ୍ଲୀ: ଋଣ ଠକେଇର ଅଭିଯୁକ୍ତ ମଦ ବ୍ୟବସାୟୀ ବିଜୟ ମାଲ୍ୟା ଆଜି ଏକ ଦୁଇ ବର୍ଷ ପୁରୁଣା ଚିଠିକୁ ସାର୍ବଜନୀନ କହିଛନ୍ତି ଯାହାକୁ ସେ ଦୁଇ ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କୁ ଲେଖିଥିଲେ। ସେଥିରେ ସେ ଲେଖିଥିଲେ ଯେ ତାଙ୍କୁ ଋଣ ଖିଲାପୀର ପୋଷ୍ଟର ବଏ ଭାବେ ଉପସ୍ଥାପନ କରାଯାଉଛି। ମୁଁ ରାଜନୀତିର ଶିକାର ହୋଇଛି ବୋଲି ସେ ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କଠାରୁ ଚିଠିର ଉତ୍ତର ନମିଳିବା ପରେ ସେ ଏହାକୁ ସାର୍ବଜନୀନ କରିବାକୁ ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି।
ସେ ଲେଖିଛନ୍ତି ଯେ ଉଭୟ ଗଣମାଧ୍ୟମ ଓ ରାଜନେତା ମୋ ବିରୋଧରେ ସମାନ ଅଭିଯୋଗ ଆଣିଛନ୍ତି। ବ୍ରିଟେନ୍‌ରୁ ପ୍ରତ୍ୟର୍ପଣ ପାଇଁ ଭାରତ ସରକାର ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଚଳାଇଥିବା ନିରନ୍ତର ପ୍ରଚେଷ୍ଟା ଫଳରେ ମୁଁ କ୍ଳାନ୍ତ ହୋଇ ପଡ଼ିଲେଣି ବୋଲି ମାଲ୍ୟା ଜଣାଇଛନ୍ତି।
ନିଜର ୧୩ ହଜାର କୋଟି ଟଙ୍କାର ସମ୍ପତ୍ତି ବିକ୍ରି କରି ବ୍ୟାଙ୍କଗୁଡ଼ିକ ଋଣ ପରିଶୋଧ କରିବାକୁ ମାଲ୍ୟା ଅଫର୍‌ ଦେଇଥିଲେ। ଏଥିପାଇଁ ସେ କର୍ଣ୍ଣାଟକ କୋର୍ଟଙ୍କୁ ଅନୁମତି ମାଗିଥିଲେ। ଋଣ ଅର୍ଥ ଅସୁଲ କରିବା ଏକ ଦେଓ୍ଵାନୀ ମାମଲା ହୋଇଥିବା ବେଳେ ଦୁଇ ତଦନ୍ତ ଏଜେନ୍ସି ସିବିଆଇ ଓ ଇଡି ମୋ ପ୍ରତି ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରି ତାହାକୁ ଫୌଜଦାରି ମାମଲାରେ ପରିଣତ କରିଦେଇନ୍ତି ବୋଲି ମାଲ୍ୟା ଜଣାଇଛନ୍ତି।
ଅପରାଧିକ ମାଲ୍ୟାଙ୍କ ଚିଠିର ଉତ୍ତର ରଖି ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍‌ ଜେ ଆକବର୍‌ ଆଜି କହିଛନ୍ତି ଯେ ମାଲ୍ୟା ଯଦି ସତରେ ଋଣ ପରିଶୋଧ କରିବାକୁ ଚାହୁଥାନ୍ତେ ତେବେ ସେ ସେହି କାମ କେବେଠାରୁ କରି ସାରନ୍ତେଣି।

ସମ୍ବନ୍ଧିତ ଖବର