ଆଇଫୋନ୍‌ରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌

ଆପଲ୍‌ ଇଣ୍ଡିଆ ଗ୍ରାହକମାନଙ୍କୁ କେତେକ ଆଇଫୋନ୍‌ ଭାରିଆଣ୍ଟ୍‌ରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍‌ ପ୍ରଦାନ କରୁଛି। କମ୍ପାନି ଏଥିପାଇଁ ଆଇସିଆଇସିଆଇ ବ୍ୟାଙ୍କ ସହିତ ସହବନ୍ଧନ ସ୍ଥାପନ କରିଛି। ଯେଉଁ ଗ୍ରାହକମାନେ ଆପଲ୍‌ର ବିଭିନ୍ନ ଭାରିଆଣ୍ଟ ଆଇଫୋନ୍‌, ଆଇପ୍ୟାଡ୍‌, ମ୍ୟାକ୍‌ବୁକ୍‌ ଏବଂ ଆପଲ୍‌ର ଘଣ୍ଟା ଆଦି ଆଇସିଆଇସିଆଇ ବ୍ୟାଙ୍କର କ୍ରେଡିଟ କାର୍ଡକୁ ଉପଯୋଗ କରି ମାସିକ କିସ୍ତି ଅଫର୍‌ରେ କିଣିବେ ସେମାନଙ୍କୁ ଏହି କ୍ୟାସବ୍ୟାକ୍‌ ମିଳିବ। ଏହି ଅଫର ଚଳିତମାସ ୧୨ ତାରିଖରୁ ଆରମ୍ଭ ହୋଇଥିବାବେଳେ ଆସନ୍ତା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଏହା ଉପଲବ୍ଧ ହେବ। ଅଫର ଅବଧି ମଧ୍ୟରେ ଜଣେ ଗ୍ରାହକ କାର୍ଡ ପିଛା ସର୍ବାଧିକ ଦୁଇଥର ସାମଗ୍ରୀ କିଣିପାରିବେ। ତେବେ ପାଇନ୍‌ଲାବ୍‌ସ ଓ ପ୍ଲୁଟସ୍‌ ପିଓଏସ୍‌ ଟର୍ମିନାଲ ମେସିନ୍‌ ବା ପେମେଣ୍ଟ ଗେଟ୍‌େଓ୍ଵରେ କାର୍ଡ ସ୍ୱାଇପ୍‌ କରିଲେ ଏହି ସୁବିଧା ଗ୍ରାହକଙ୍କୁ ମିଳିବ।

 

ସମ୍ବନ୍ଧିତ ଖବର