ଭାରତରେ  ନିଷିଦ୍ଧ ହେବ କି ଆପଲ ଆଇ-ଫୋନ?

ନୂଆଦିଲ୍ଲୀ:  ଭାରତୀୟ ଟେଲିକମ ନିୟାମକ ଟ୍ରାଇର ନୂଆ ନିୟମ ଲାଗୁ ହେଲେ ଦେଶରେ ଆପଲ ଫୋନ ଧରିବା କଷ୍ଟକର ହୋଇପଡିବ । କାରଣ ନୂଆ ନିୟମ ଅନୁସାରେ ଯେଉଁ ହାଣ୍ଡସେଟ ଗୁଡ଼ିକ ଟ୍ରାଇର ଡିଏନଡି ଆପ ଲୋଡ କରିବାକୁ ମନା କରୁଛନ୍ତି ସେମାନଙ୍କ ହାଣ୍ଡସେଟକୁ ଭାରତରେ ଅନୁମତି ଦିଆଯିବ ନାହିଁ । ଏହି ଡିଏନଡି ଆପ ଅନୁସାରେ ଉପଭୋକ୍ତାମାନେ ଅନାବଶ୍ୟକ ( ଟେଲିମାର୍କେଟିଂ) କଲ ଗୁଡ଼ିକ ସଂପର୍କରେ ରିପୋର୍ଟ କରିପାରିବେ । କିନ୍ତୁ ଏହା ଦ୍ୱାରା ଗ୍ରାହକଙ୍କ ଗୋପନୀୟତା ବ୍ୟାହତ ହେଉଛି ବୋଲି ଆପଲ କହିବା ସହ ଏହି ଆପ ଲୋଡ କରିବାକୁ ମନା କରୁଛି । ଅନ୍ୟପକ୍ଷରେ ଏହି ଆପଟି ଆଣ୍ଡ୍ରଏଡରେ ଉପଲବ୍ଧ ଅଛି ।

ଟ୍ରାଇର ନୂଆ ନିୟମ ଅନୁସାରେ ଏଥର ଆପଣଙ୍କ ବିନା ଅନୁମତିରେ କୌଣସି ରିଅଲ ଇଷ୍ଟେଟ ସଂସ୍ଥା, ବୀମା କମ୍ପାନି କିମ୍ବା କୌଣସି କ୍ରେଡିଟ କାର୍ଡ କମ୍ପାନି  ଆପଣଙ୍କୁ ଫୋନ କରି ବିରକ୍ତ କରିପାରିବ ନାହିଁ ।   ଦୁଇଦିନ ତଳେ ଟ୍ରାଇ ଏ ନେଇ କଠୋର କଟକଣା ଲାଗୁ କରିଛି ।  ନୂଆ ନିୟମ ଅନୁସାରେ  ଏଣିକି ଟେଲିମାର୍କେଟିଂ କଲ ପାଇଁ ଉପଭୋକ୍ତାଙ୍କ ଅନୁମତି ନେବାକୁ ହେବ । ପୁଣି ମାର୍କେଟିଂ କଲ ଗୁଡ଼ିକ କେବଳ ପଂଜୀକୃତ ଟେଲିମାର୍କେଟିଂ ସଂସ୍ଥାମାନଙ୍କ ମାଧ୍ୟମରେ କରାଯାଇପାରିବ ।

ସମ୍ବନ୍ଧିତ ଖବର