ଆଇଏଏସ୍‌ ପରୀକ୍ଷାରେ ଆପ୍ଟିପ୍ଲସ୍‌ର ସଫଳତା

ଭୁବନେଶ୍ବର: ଜୟଦେବ ବିହାରସ୍ଥିତ ଆପ୍ଲିପ୍ଲସ୍ ଏକାଡେମି ଫର୍ ସିଭିଲ୍ ସର୍ଭିସ କୋଚିଂ ସେଣ୍ଟର ଗତବର୍ଷ ଗୁଡ଼ିକ ଭଳି ଚଳିତ ଥର ମଧ୍ୟ ଐତିହାସିକ ସଫଳତା ହାସଲ କରିଛି। ଆଇଏଏସ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ମାନିକ ଘୋଷ ୩୧ତମ ସ୍ଥାନ ହାସଲ କରିଛନ୍ତି। ଆପ୍ଟିପ୍ଲସରେ ମୋଟ ୪୧ଜଣ ଛାତ୍ରଛାତ୍ରୀ ଆଇଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି, ଏଥିରେ ଓଡ଼ିଶାର ୪ ଜଣ ଛାତ୍ର ରହିଛନ୍ତି। ସେମାନେ ହେଲେ ଜୁବିନ ମହାପାତ୍ର (୨୩୫), ନବଲ୍ କୁମାର ଜେନ୍ (୩୫୦), ସୋମାଲିନ୍ ଶୁଭଦର୍ଶିନୀ (୪୭୮) ଏବଂ ବିଭୂତି ଭୂଷଣ ନାୟକ (୭୫୯)। ଅନୁଷ୍ଠାନର ନିର୍ଦେଶକ ଡ. ସୁସିଜିତ୍‌ ସାହୁ କୃତୀ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ସଫଳତା ପାଇଁ ପ୍ରଶଂସା କରିଛନ୍ତି ଏବଂ ପ୍ରଶାସନିକ ସେବା ପରୀକ୍ଷା ତାଲିମ ପାଇଁ ତାଙ୍କର ନିରନ୍ତର ପ୍ରଚେଷ୍ଟା ଜାରି ରଖିବେ ବୋଲି କହିଛନ୍ତି। ଉଲ୍ଲେଖ‌ଯୋଗ୍ୟ ଯେ, ଦିଲ୍ଲୀର ପ୍ରମୁଖ ଗବେଷଣା ପରାମର୍ଶ କେନ୍ଦ୍ର ୱାର୍ଲଡ ୱାଇଡ ଆଚିଭର୍ସ ଏବଂ ନ୍ୟୁଜ ଚ୍ୟାନେଲ ଇଣ୍ଡିଆ ‌ଟୁଡେର ମିଳିତ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଆପ୍ଟିପ୍ଲସ୍ ଏକାଡେମିକୁ ଓଡ଼ିଶାର ଶ୍ରେଷ୍ଠ ସିଭିଲ ସର୍ଭିସ କୋଚିଂ ସେଣ୍ଟର ଭାବେ ବିବେଚନା କରାଯାଇଛି।

ସମ୍ବନ୍ଧିତ ଖବର