ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ: ୧୯ଟି ସରକାରୀ ବ୍ୟାଙ୍କରେ ୭୨୭୫ଟି ପଦବୀ ପାଇଁ ପ୍ରକାଶ ପାଇଲା ନିଯୁକ୍ତି ବିଜ୍ଞପ୍ତି

ନୂଆଦିଲ୍ଲୀ: ରାଷ୍ଟ୍ରାୟାତ୍ତ ବ୍ୟାଙ୍କମାନଙ୍କରେ ୭୨୭୫ଟି ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ଉତ୍ତରପ୍ରଦେଶରେ ସର୍ବାଧିକ ୯୪୪ଟି ପଦବୀ ରହିଛି। ସେହିପରି ତାମିଲନାଡୁରେ ୭୯୨ଟି ଏବଂ ମହାରଷ୍ଟ୍ରରେ ୭୭୨ଟି, ବିହାରରେ ୧୭୮ଟି ଏବଂ ଝାଡଖଣ୍ଡରେ ୧୧୦ ଟି ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ, ଇନଷ୍ଟିଚ୍ୟୁଟ୍‌ ଅଫ ବ୍ୟାଙ୍କିଂ ପର୍ସନାଲ ସିଲେକ୍ସନ ତଥା ଆଇବିପିଏସ ତରଫରୁ କ୍ଲର୍କ ପାଇଁ ୭୨୭୫ଟି ପଦବୀରେ ନିଯୁକ୍ତି ଲାଗି ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦବୀ ପାଇଁ ଇଚ୍ଛୁକପ୍ରାର୍ଥୀ ଚଳିତବର୍ଷ ସେପ୍ଟେଟର ୧୮ରୁ ଅକ୍ଟୋବର ୧୦ ସୁଦ୍ଧା ଅନଲାଇନ ଆବେଦନ କରିପାରିବେ ।

ପଦବୀ ସଂପର୍କିତ ତଥ୍ୟ:

କ୍ଲର୍କ: ୭୨୭୫

ଦରମା: ମାସିକ ଦରମା ୭,୨୦୦ରୁ ୧୯,୩୦୦ଟଙ୍କା

ଯୋଗ୍ୟତା: କୌଣସି ବି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟ ବା ସଂସ୍ଥାରୁ ବ୍ୟାଚଲର ଡିଗ୍ରି ପ୍ରାପ୍ତ କରିଥିବାର ଆବଶ୍ୟକ।

ବୟସସୀମା: ସର୍ବନିମ୍ନ ୨୦ ବର୍ଷ ଓ ସର୍ବାଧିକ ୨୮ ବର୍ଷ

ଚୟନ ପ୍ରକ୍ରିୟା: ଯୋଗ୍ୟ ଆଶାୟୀପ୍ରାର୍ଥୀଙ୍କର ଚୟନ ପ୍ରାରମ୍ଭିକ ପରୀକ୍ଷା, ମୁଖ୍ୟ ପରୀକ୍ଷା ଆଧାରରେ କରାଯିବ । ମେରିଟି ଲିଷ୍ଟକୁ ପ୍ରସ୍ତୁତ କରିବା ମାତ୍ର ମୁଖ୍ୟ ପରୀକ୍ଷା ଏବଂ ସାକ୍ଷାତକାରରେ ଲାଭ କରିଥିବା ମାର୍କକୁ ମିଶାଯିବ। ତେବେ ପ୍ରାରମ୍ଭିକ ପରୀକ୍ଷାର ଉଦ୍ଦେଶ୍ୟ ହେଲା ମୁଖ୍ୟ ପରୀକ୍ଷା ପାଇଁ ଆଶାୟୀପ୍ରାର୍ଥୀଙ୍କୁ ସର୍ଟଲିଷ୍ଟ କରିବା ।

ଆବେଦନ ଶୁଳ୍କ: ସାଧାରଣ ଏବଂ ଓବିସି ବର୍ଗର ଆଶାୟୀପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୬୦୦ ଟଙ୍କା ରଖାଯାଇଛି। ଏସସି, ଏସଟି ଏବଂ ଦିବ୍ୟାଙ୍ଗଙ୍କ ପାଇଁ ୧୦୦ ଟଙ୍କା । ତେବେ ଶୁଳ୍କର ପେମେଂଟ ନେଟ ବ୍ୟାଙ୍କିଂ କିମ୍ବା ଡେବିଟ୍‌/କ୍ରେଡିଟ୍‌ କାର୍ଡରୁ କରିବାକୁ ପଡିବ ।

ଆବେଦନ ପ୍ରକ୍ରିୟା: ଇଚ୍ଛୁକ ଏବଂ ଯୋଗ୍ୟପ୍ରାର୍ଥୀ ଆଇବିପିଏସର େଓବସାଇଟ www.ips.in ୨୦୧୮ ମାଧ୍ୟମରେ ଅନଲାଇନ ଆବେଦନ କରିପାରିବେ ।

ଗୁରୁତ୍ୱପୂର୍ଣ୍ଣ ତାରିଖ :
ଅନଲାଇନ ରେଜିଷ୍ଟ୍ରସନ ଆରମ୍ଭ: ସେପ୍ଟେଟର ୨୮
ଅନଲାଇନ ଆବେଦନ ଏବଂ ଶୁଳ୍କ ପେମେଂଟ କରିବାର ଶେଷ ତାରିଖ: ଅକ୍ଟୋବର ୧୦
ପ୍ରାରମ୍ଭୀକ ପରୀକ୍ଷା: ୦୮, ୦୯, ୧୫ ଏବଂ ଡିସେମ୍ବର ୧୬
ମୁଖ୍ୟ ପରୀକ୍ଷା: ୨୦୧୯ ଜାନୁଆରୀ ୨୦

ସମ୍ବନ୍ଧିତ ଖବର