ଆଇସିଏଆଇର ସେମିନାର

ଭୁବନେଶ୍ବର: ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ), ଭୁବନେଶ୍ବର ଶାଖା ପକ୍ଷରୁ ବ୍ୟାଙ୍କ ଅଡିଟ୍ ୨୦୧୯ ଉପରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି। ଆଇସିଏଆଇ ଭୁବନେଶ୍ବର ଶାଖା ପରିସରରେ ଅନୁଷ୍ଠିତ ଏହି ସେମିନାରକୁ ମୁଖ୍ୟ ଅତିଥି ତଥା କାନାରା ବ୍ୟାଙ୍କ ଜେନେରାଲ ମ୍ୟାନେଜର ଓ ସର୍କଲ ମୁଖ୍ୟ ଶ୍ରୀକାନ୍ତ ମହାପାତ୍ର ଉଦଘାଟନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସେମିନାର ଅଧ୍ୟକ୍ଷ ପ୍ରଶାନ୍ତ ପଣ୍ଡା, ଆଇସିଏଆଇ ଭୁବନେଶ୍ବର ଶାଖାର ପୂର୍ବତନ ଅଧ୍ୟକ୍ଷ ସୁମିତ ବିନାନି, ଆଇସିଏଆଇର ଇଆଇଆରସି ଅଧ୍ୟକ୍ଷ ନିତେଶ କୁମାର ମୋରେ, ଉପାଧ୍ୟକ୍ଷ ସୁନିଲ କୁମାର ସାହୁ, ସମ୍ପାଦକ ରବି କୁମାର ପଟୱା, କୋଷାଧ୍ୟକ୍ଷ ଦେବଯାନ ପାତ୍ର, ପରିଚାଳନା ପରିଷଦ ସଦସ୍ୟ ସୁଜ୍ଞାନ କୁମାର ସାହୁ ଓ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବିଶ୍ବରଂଜନ ସୁତାର ପ୍ରମୁଖ ଯୋଗଦେଇଥିଲେ। ବୈଷୟିକ ଅଧିବେଶନ ଗୁଡ଼ିକରେ ସିଏ ନିରଂଜନ ଯୋଶୀ, ସିଏସ ଜି ଭି ସୁବ୍ବାରାଓ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ସେମିନାରରେ ପ୍ରାୟ ୨୫୦ ଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ଓ ବ୍ୟାଙ୍କ ଅଧିକାରୀ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସିଏ ବିଭୂପ୍ରସାଦ ମହାପାତ୍ର, ସିଏ ରଂଜନ କୁମାର ପୃଷ୍ଟି, ସିଏ ଗୌତମ ଲେଙ୍କା, ସିଏ ପ୍ରଦୀପ କୁମାର ସାହୁ, ସିଏ ଜାହ୍ନବୀ ଦେଓ ପ୍ରମୁଖ ସଂଯୋଜନା କରିଥିଲେ। ଏହି ଅବସରରେ ଆଇସିଏଆଇ ଇଆଇଆରସିର ନବ ନିର୍ବାଚିତ କର୍ମକର୍ତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର