ଆମାଜନ ପେ ସହଭାଗିତାରେ ଆଇସିଆଇସିଆଇ ବ୍ୟାଙ୍କ ଛାଡିଲା କୋ-ବ୍ରାଣ୍ଡେଡ଼ କ୍ରେଡ଼ିଟ କାର୍ଡ଼

ମୁମ୍ବାଇ : ବିଶ୍ୱସ୍ତରୀୟ ଇ-ବ୍ୟବସାୟ କଂପାନୀ ଆମାଜନର ଅନ୍‌ଲାଇନ ପେମେଣ୍ଟ ପ୍ଲାଟଫର୍ମ ’ଆମାଜନ ପେ’ ସହଭାଗିତାରେ ଆଇସିଆଇସିଆଇ କୋ-ବ୍ରାଣ୍ଡେଡ଼ କ୍ରେଡ଼ିଟ କାର୍ଡ଼ ପ୍ରଚଳନ କରିଛି । ’ଆମାଜନ ପେ ଆଇସିଆଇସିଆଇ ବ୍ୟାଙ୍କ଼ କ୍ରେଡ଼ିଟ କାର୍ଡ଼’ ଭାବେ ନାମିତ ଏହି କାର୍ଡ଼ ଗ୍ରାହକଙ୍କ ପାଇଁ ସର୍ବୋତ୍କୃଷ୍ଟ କାର୍ଡ଼ ଭାବେ ବିବେଚିତ ହୋଇପାରିବ । ଏଥିରେ ପୁରସ୍କାର ପଏଣ୍ଟ ରହିଛି ଯାହା ଡ଼ିଜିଟାଲ ବ୍ୟବସ୍ଥା ଆପଣେଇଥିବା ଗ୍ରାହକଙ୍କ ପାଇଁ ସୁବିଧାଜନକ ହୋଇପାରିବ । ଏହି କାର୍ଡ଼ଧାରୀ ଆମାଜନ ଡ଼ଟ୍‌ ଇନ୍‌ରେ କ୍ରୟ କଲେ ୫% ପୁରସ୍କାର ପଏଣ୍ଟ ପାଇପାରିବେ । ଆମାଜନ ପ୍ରାଇମ ସଦସ୍ୟମାନେ ଏହାଦ୍ୱାରା ଉପକୃତ ହୋଇପାରିବେ । ଅନ୍ୟ ଗ୍ରାହକ ୩% ପୁରସ୍କାର ପଏଣ୍ଟ ପାଇପାରିବେ । ଆମାଜନ ପେ’ରେ ଗ୍ରାହକ କ୍ରୟ କଲେ ୨% ପୁରସ୍କାର ପଏଣ୍ଟ ମଧ୍ୟ ଲାଭ କରିପାରିବେ । ଏଥିରେ ଗ୍ରାହକ ଖାଦ୍ୟ କ୍ରୟ କରିପାରିବା ସହ ଚଳଚ୍ଚିତ୍ର ପାଇଁ ଟିକେଟ ମଧ୍ୟ କ୍ରୟ କରିପାରିବେ । ଏହି କାର୍ଡ଼ ଭିସାରେ ଉପଲବ୍‌ଧ । ଯେଉଁ ବ୍ୟବସାୟିକ ସଂସ୍ଥାରେ ଭିସା କାର୍ଡ଼ ଗ୍ରହଣ କରାଯାଉଥିବ ସେଠାରେ ମଧ୍ୟ ଗ୍ରାହକ କ୍ରେଡ଼ିଟ ପଏଣ୍ଟ ପାଇପାରିବେ । ’ଆମାଜନ ପେ ଆଇସିଆଇସିଆଇ ବ୍ୟାଙ୍କ଼ କ୍ରେଡ଼ିଟ କାର୍ଡ଼’ର ପୁରସ୍କାର ପଏଣ୍ଟ ର ମୂଲ୍ୟ ୧ ଟଙ୍କା ରହିଛି । ଏହି ପଏଣ୍ଟ କୁ ଗ୍ରାହକ ଆମାଜନ ଡ଼ଟ୍‌ ଇନରେ ବ୍ୟୟ କରିପାରିବେ ।

ସମ୍ବନ୍ଧିତ ଖବର